ରାଜ୍ୟ ସ୍ପେଶାଲ ରିପୋର୍ଟ

ମୂଳ ବୁଡ଼ାଇଦେଲା ପରିବା ଚାଷ: ଉପଯୁକ୍ତ ଦର ମିଳୁନି, ନିରାଶ ଚାଷୀକୂଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା: ଧାର କରଜ କରି ପନିପରିବା ଚାଷ କରିଥିଲେ। ୩/୪ ମାସ ଧରି ବାଡ଼ିରେ ହିଁ ରହିଥିଲେ। କୁଳିମଜୁରି ଲଗାଇବା ସହ ସାର, କୀଟନାଶକ ଔଷଧ ବାବଦକୁ ଅର୍ଥ ବ୍ୟୟ ବି କରିଥିଲେ। ଏବେ ପନିପରିବା ଉତ୍ପାଦନ ହେଉଛି। କିନ୍ତୁ ବଜାରରେ ଉପଯୁକ୍ତ ଦର ମିଳୁନି। ଏଣୁ ଖରିଫ୍‌ ଋତୁରେ ପନିପରିବା ଚାଷରୁ ଲାଭ ଆଶା କରିବା ବୃଥା ସଦୃଶ। ସ୍ଥିତି ଏମିତି ଯେ, ମୂଳ ବି ଫେରିବା ସମ୍ଭାବନା କ୍ଷୀଣ। ଆଉ ଏହାର ପ୍ରମୁଖ କାରଣ ପାଲଟିଛି ଛତିଶଗଡ଼, ଝାଡ଼ଖଣ୍ଡରୁ ପନିପରିବା ଆମଦାନୀ ଏବଂ ଚାଷ ଆରମ୍ଭବେଳେ ଅଦିନିଆ ବର୍ଷା। ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାକୁ ଝାଡ଼ଖଣ୍ଡର ଗୋବିନ୍ଦପୁର, ରାଞ୍ଚି, ବେଡ଼ା, ଲୁହାରଡେଗା, ସମେତ ଛତିଶଗଡ଼ର ଅମ୍ବିକାପୁର, ପଥଲଗାଁ ଅଞ୍ଚଳରୁ ସୁନ୍ଦରଗଡ଼ ଜିଲ୍ଲାକୁ ପନିପରିବା ଆମଦାନୀ ହେଉଛି। ପ୍ରତିଦିନ ସକାଳ ହେବାମାତ୍ରେ ପନିପରିବାରେ ଭର୍ତ୍ତି ଭାରୀଯାନ ରାଉରକେଲାରେ ପହଞ୍ଚିଯାଉଛି। ପଡ଼ୋଶୀ ରାଜ୍ୟରୁ ଆସୁଥିବା ପନିପରିବା ଅପେକ୍ଷାକୃତ କମ୍‌ ଦର ରହୁଛି। ଏଣୁ ସ୍ଥାନୀୟ ଚାଷୀକୂଳ ସମାନ ଦରରେ ବିକ୍ରି କରିବାକୁ ବାଧ୍ୟ ହେବାସହ କ୍ଷତି ସହୁଛନ୍ତି। ଏହି ଦୁଇ ପ୍ରମୁଖ କାରଣ ହିଁ ସଂପ୍ରତି ପନିପରିବା ଚାଷୀଙ୍କ ନିଷ୍ଠାପର ପରିଶ୍ରମକୁ ପାଣିରେ ପକାଇଦେବା ସହ ଆର୍ଥିକ ଦୁଶ୍ଚିନ୍ତା ଭିତରକୁ ଠେଲି ଦେଇଛି।

ଜିଲ୍ଲାରେ ପନିପରିବା ଚାଷ ମୁଖ୍ୟତଃ ନୂଆଗାଁ ବ୍ଲକ ଓ କୁଆରମୁଣ୍ଡା ବ୍ଲକର କିଛି ଅଞ୍ଚଳରେ ହୋଇଥାଏ। ତେବେ ବର୍ଷସାରା ଜିଲ୍ଲାବାସୀଙ୍କୁ ପନିପରିବା ଯୋଗାଇବାରେ ନୂଆଗାଁ ବ୍ଲକର ଚାଷୀଙ୍କର ସିଂହଭାଗ କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ଚାଷୀମାନେ ୧୦/୧୫ ଏକର ଲେଖାଏ ପନିପରିବା ଚାଷ କରୁଥିବା ଦେଖିବାକୁ ମିଳିଥାଏ। କେବଳ ନିର୍ଦ୍ଦିଷ୍ଟ ଗୋଟିଏ ନୁହେଁ; ବରଂ ଭିନ୍ନ ଭିନ୍ନ ପନିପରିବା ଚାଷ କରିଥାନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଏଠାକାର ଚାଷୀ ଖରିଫ୍‌ ପନିପରିବା ଚାଷ କରିଥିଲେ। ବିଲରେ ପନିପରିବା ଭର୍ତ୍ତି ହୋଇ ରହିଛି। କିନ୍ତୁ ତାକୁ ତୋଳି ବିକ୍ରି କରିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ, ଢ଼େର୍‌ କମ୍‌ ଦର। ନୂଆଗାଁ ବ୍ଲକର ବିଭିନ୍ନ ଗାଁ, ଯଥା-କାରିମାଟି, ଗୋଲଦାରୁ, ଯୋକେତା, ଚୂଆବାହାଲ, କାତେପୁର, ବିରିଙ୍ଗାଟୋଲି, କୁନ୍ଦୁରା, ପତ୍ରାପାଲି, ଗାର୍ଦ୍ଦା, କୟମୁଣ୍ଡା, ଗୋପୂର, ଟାଇଣ୍ଡା, ଟାଙ୍ଗରପଲ୍ଲୀ, ବମୁଆ, ତେତେରକେଲା, ବିସପୁର ଘୋଡ଼ାବନ୍ଧ, ଅଙ୍କୁରପାଲି, ଲୁକୁମବେଡ଼ା ଏବଂ କୁଆରମୁଣ୍ଡା ବ୍ଲକର କରମାବାହାଲ, କାରିଛାପଲ, ଝାରବେଡା, ଟାଙ୍ଗରାଣୀ, ଚୁଟିଆ, ଲୋହାମାଲ, ରାମପୁର, ସିଆଲଜୋର, କଚାରୁ ଆଦି ଅଞ୍ଚଳରେ ସମାନ ସ୍ଥିତି।

ନୂଆଗାଁ ଅଞ୍ଚଳରେ ଅତ୍ୟଧିକ ପରିମାଣରେ ପନିପରିବା ଚାଷ ହେଉଥିବାରୁ ସ୍ଥାନୀୟ ଚାଷୀକୂଳ ଏକପ୍ରକାର ନିରାଶ ହୋଇସାରିଲେଣି। ବର୍ତ୍ତମାନ ଏହି ଚାଷୀମାନେ ବିଲାତି କେଜି ପ୍ରତି ୫ଟଙ୍କାରେ ବିକ୍ରି କରୁଥିବାବେଳେ ଲଙ୍କା ୩୫/୪୦ ଟଙ୍କା, ଫୁଲ କୋବି ୫ ଟଙ୍କା, ବନ୍ଧାକୋବି ୫ ଟଙ୍କା, ବାଇଗଣ ୫ ଟଙ୍କା, ବ୍ରୋକଲି ୧୦ ଟଙ୍କା, ଗ୍ରୀନ୍‌ମଟର ୧୦ ଟଙ୍କା, ସିମ୍ବ ୧୦ ଟଙ୍କା, ପୋଟଳ ୪୦ ଟଙ୍କା, ବିମ୍‌ ୫ ଟଙ୍କାରେ ବିକ୍ରି କରୁଛନ୍ତି। ଏବେ ଅଞ୍ଚଳରେ ବିଲାତି, ଫୁଲକୋବି, ବନ୍ଧା କୋବି, ବାଇଗଣ, ବିମ୍‌, ସିମ୍ବ ଆଦି ଅଧିକ ଉତ୍ପାଦନ ହେଉଥିବା ଦର ଆଶାନୁରୂପ ହେଉନି; ଯଦ୍ବାରା ଯେଉଁ ଚାଷୀ କେବଳ ଏହି ପନିପରିବା ଚାଷ କରିଛନ୍ତି ସେମାନଙ୍କର ଦୁର୍ଦ୍ଦଶା ଦ୍ବିଗୁଣିତ ହେଲାଣି।

ନୂଆଗାଁ ବ୍ଲକର ଗୋଲଦାରୁରେ ବାସ କରୁଥିବା ବାଳକିଶୋର ସାହୁ ଜଣେ ପୁରୁଖା ଚାଷୀ। ପ୍ରତିବର୍ଷ ସେ ବହୁ ପରିମାଣରେ ପନିପରିବା ଚାଷ କରିଥାନ୍ତି। ଏହି କ୍ରମରେ ଚଳିତ ଖରିଫ୍‌ ସମୟରେ ମଧ୍ୟ ସେ ୩ ଏକରରେ ସିମ୍ବ, ୧ ଏକର ଲଙ୍କା, ଦେଢ଼ ଏକର ବିମ୍‌, ୧ ଏକର ବନ୍ଧା କୋବି, ୨ ଏକର ଫୁଲ କୋବି ଚାଷ କରିଥିଲେ। କିନ୍ତୁ ଏଥର ଦର ଆଶାନୁରୂପ ହେବାରୁ ଖରିଫ୍‌ ପନିପରିବା ମୂଳ ବୁଡ଼ାଇଦେଇଛି। ଏଥିରେ ଲାଭ ତ ଦୂରର କଥା, ଦିନମଜୁରିଆଙ୍କ ଖର୍ଚ୍ଚ ବି ବାହାରିବନିବୋଲି କ୍ଷୋଭର କହିଛନ୍ତି। ସେହିଭଳି ନୂଆଗାଁର ଚାଷୀ ଜ୍ୟୋତିଷ ଟପ୍ନୋ ମଧ୍ୟ ଏଥର ବହୁମାତ୍ରାରେ କ୍ଷତି ସହିଥିବା କହିଛନ୍ତି। ଜ୍ୟୋତିଷ ଏଥର ୪ ଏକର ଜମିରେ ଫୁଲକୋବି, ୩ ଏକରରେ ବିଲାତି ଚାଷ କରିଥିଲେ। ଭଲ ଉତ୍ପାଦନ ହେବା ସହ ଆରମ୍ଭରୁ କିଛି ଦିନ ଭଲ ଦର ମିଳିଥିଲା। ଏବେ କିନ୍ତୁ ଦରରେ ଆଶାତୀତ ହ୍ରାସ ଯୋଗୁଁ ମୂଳ ଫେରିପାଇବା ଆଶା ହରାଇସାରିଲେଣି। କେବଳ ଏହି ଦୁଇ ଜଣ ନୁହନ୍ତି; ବରଂ ଅଞ୍ଚଳର ସବୁ ପନିପରିବା ଚାଷୀଙ୍କ ସମାନ ସ୍ଥିତି। ଖରିଫ୍‌ର ଅଧା ଚାଷ କେବଳ କ୍ଷତି ଆଣିଥିବାବେଳେ ଏବେ କେତେଜଣ ଜହ୍ନି, ଲାଉ, କଲରା, ଭେଣ୍ଡି ଆଦି ପନିପରିବା ଚାଷ ଆରମ୍ଭ କଲେଣି। ଏଥିରୁ ଦି’ ପଇସା ଆୟକରି ପୂର୍ବ ଚାଷ ବେଳର କ୍ଷତି ଭରଣ କରିବାକୁ ପ୍ରୟାସ କରିବେବୋଲି ବହୁ ଚାଷୀ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।