ଧର୍ମ

ମୁସଲମାନ ଧର୍ମଗୁରୁଙ୍କ ନିଆରା ପ୍ରୟାସ : ଲାଉଡ ସ୍ପିକର ମାଧ୍ୟମରେ ଟିକା ନେବାକୁ କରୁଛନ୍ତି ନିବେଦନ

ଉତ୍ତରପ୍ରଦେଶ ୨୬/୬ : କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି । ଏହି ଭାରିଆଣ୍ଟର ମାମଲା ସମଗ୍ର ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ପ୍ରାୟ ୫୦ ରୁ ଅଧିକ ମାମଲା ରୁଜୁ ହୋଇଛି । ଏଥି ସହିତ ୟୁପିର ରାଜଧାନୀ ଲକ୍ଷ୍ନୌରେ ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ଏକ ଆବେଦନ କରାଯାଉଛି ।

ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଆସିବା ପୂର୍ବରୁ ଲକ୍ଷ୍ନୌରେ ମୁସଲମାନ ଧାର୍ମିକ ଗୁରୁ ଲାଉଡ ସ୍ପିକର ଲଗାଇ ଟିକା ନେବାକୁ ଲୋକଙ୍କୁ କରୁଛନ୍ତି ନିବେଦନ । ଟୀକାକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଶୁକ୍ରବାର ପ୍ରାର୍ଥନା ପରେ ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଡେଲଟା ପ୍ଲସ୍ ଭାରିଆଣ୍ଟ ବ୍ୟାପିଲାଣି, ଯାହା ଅତ୍ୟନ୍ତ ସାଂଘାତିକ ।

ଏପରି ପରିସ୍ଥିତିରେ ସବୁ ଲୋକେ ନିଜକୁ ଟିକାକରଣ କରିବା ଉଚିତ୍ । ଟିକା ଆମ ସ୍ୱାସ୍ଥ୍ୟ ଏବଂ ଆମ ଜୀବନ ପାଇଁ ଜରୁରୀ । ସହରର ଐସବାଗରେ ଅବସ୍ଥିତ ଫିରଙ୍ଗି ମହଲ ଇସଲାମିକ କେନ୍ଦ୍ରରେ ଏକ ଲାଉଡ ସ୍ପିକର ଲଗାଯାଇଥିଲା । ଏହାସହ ଲୋକଙ୍କୁ ଟିକାକରଣ କରିବାକୁ ଅନୁରୋଧ କରାଯଇଥିଲା । ଏହି ଆବେଦନ ଶୁକ୍ରବାର ପ୍ରାର୍ଥନା ପରେ ଆରମ୍ଭ ହୋଇଛି , ଆଗକୁ ମଧ୍ୟ ଜାରି ରହିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ