ଖେଳ ଦେଶ ବିଦେଶ

ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତା: ପ୍ରିକ୍ବାର୍ଟରରେ ନରେନ୍ଦର

ନୂଆଦିଲ୍ଲୀ: ବେଲ୍‌ଜିୟମ୍‌ର ବେଲ୍‌ଗ୍ରେଡ୍‌ରେ ଚାଲିଥିବା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି ଭାରତୀୟ ଯୋଦ୍ଧା ନରେନ୍ଦର ବେର୍‌ୱାଲ। ୯୨ କେଜି ବର୍ଗରେ ନରେନ୍ଦର ଗୁରୁବାର ଦ୍ବିତୀୟ ରାଉଣ୍ଡ୍‌ ଲଢ଼େଇରେ ସିଏରା ଲିଓନେର ମହମ୍ମଦ କେଣ୍ଡେଙ୍କୁ ପରାସ୍ତ କରିଦେଇଛନ୍ତି। ଲଢ଼େଇ ଏତେ ଜୋର୍‌ଦାର ହୋଇଥିଲା ଯେ ନରେନ୍ଦରଙ୍କ ମାଡ଼ରେ କେଣ୍ଡୋ ଘାଇଲା ହୋଇଥିଲେ। ଫଳରେ ପଦାର୍ପଣ କରିଥିବା ନରେନ୍ଦରଙ୍କ ସପକ୍ଷରେ ବାଉଟ୍‌ ବନ୍ଦ କରିଦିଆଯାଇଥିଲା। ଏହା ପୂର୍ବରୁ ବୁଧବାର ନିଜ ପ୍ରତିଦ୍ବନ୍ଦ୍ବୀ ଆର୍ମେନିଆର କାରେନ ଟୋନାକାନ୍ୟାନ ଜ୍ବରରେ ପୀଡ଼ିତ ହୋଇ ଓହରିଯିବା‌ରୁ ଅନ୍ୟତମ ପଦାର୍ପଣକାରୀ ଭାରତୀୟ ବରିନ୍ଦର ସିଂହ (୬୦ କେଜି) ୱାକ୍‌ଓଭର ପାଇଥିଲେ।

ହେଲେ ବୁଧବାର ଆର୍‌ଏସ୍‌ଏସ୍‌ ବିପକ୍ଷ ଏକ ଲଢ଼େଇରେ ଲକ୍ଷ୍ୟ ଚହରଙ୍କ ପରାଜୟଙ୍କୁ ବିରୋଧ କରାଯାଇଥିଲା। ଚହର କୋରିଆର କିମ୍‌ ହିଓଙ୍ଗ୍‌କ୍ୟୁଙ୍କଠୁ ହାରିଯାଇଥିଲେ। ଚହରଙ୍କ ମାଡ଼ରେ କିମ୍‌ଙ୍କ ମୁହଁ ଫାଟିଯିବାରୁ ଲଢ଼େଇକୁ ବନ୍ଦ କରାଯାଇଥିଲା। ଚହର ପ୍ରଥମ ରାଉଣ୍ଡକୁ ୪-୧ରେ ଜିତିବା ପରେ ଦ୍ବିତୀୟ ରାଉଣ୍ଡରେ ଆଧିପତ୍ୟ ବିସ୍ତାର କରିଥିଲେ। ହେଲେ ଜଜ୍‌ କୋରିଆ ପ୍ରତିଯୋଗୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଭାରତ ଏହାର ପ୍ରତିବାଦ କରିଥିଲେ ମଧ୍ୟ ଆବେଦନ ପ୍ରତ୍ୟାଖାନ କରିଦିଆଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ