ଖେଳ ଦେଶ ବିଦେଶ

ମୁଷ୍ଟିଯୁଦ୍ଧ ଛାଡ଼ିଲେ ପାକ୍ବେ

ମାନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ଏହି ଦେଶର କିଂବଦନ୍ତି କ୍ରୀଡ଼ା ତାରକା ମାନି ପାକ୍ବେ ବୁଧବାର ମୁଷ୍ଟିଯୁଦ୍ଧକୁ ଅଲବିଦା କହିଛନ୍ତି। ଫେସବୁକ୍‌ ଓ ଟ୍ବିଟରରେ ୧୪ ମିନିଟ୍‌ର ଭିଡିଓ ପ୍ରକାଶ କରି ଏହି ନିଷ୍ପତ୍ତି ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ସେ। ପ୍ୟାକମ୍ୟାନ୍ ଭାବେ ପରିଚିତ ପାକ୍ବେ ସାରା ବିଶ୍ବରେ ଥିବା ନିଜ ପ୍ରଶଂସକଙ୍କୁ ଭଲପାଇବା ଏବଂ ସମର୍ଥନ ଲାଗି ଧନ୍ୟବାଦ ଜଣାଇଛନ୍ତି। ଏକ ମହତ କାର୍ଯ୍ୟପାଇଁ ୨୬ ବର୍ଷର ଘଟଣା ବହୁଳ ମୁଷ୍ଟିଯୁଦ୍ଧ ଜୀବନରେ ପୂର୍ଣ୍ଣଛେଦ ଟାଣିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

‘‘ ଏବେ ଏବେ ମୁଁ ଶେଷ ରିଙ୍ଗ ବେଲ୍‌ର ଶବ୍ଦ ଶୁଣିଲି। ମୋ ପାଇଁ ମୁଷ୍ଟିଯୁଦ୍ଧ ଶେଷ ହୋଇଗଲା। ଚାରିଆଡ଼ୁ ଭାବିଚିନ୍ତି ମୁଁ ଏହି ନିଷ୍ପତ୍ତି ନେଇଛି। ମୁଁ ମୁଷ୍ଟିଯୁଦ୍ଧ ଛାଡ଼ିବାକୁ ଯାଉଛି। ସମଗ୍ର ବିଶ୍ବବାସୀ ଏବଂ ବି‌ଶେଷ କରି ଫିଲିପାଇନ୍ସର ନାଗରିକଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି’’ ବୋଲି ପାକ୍ବେ ନିଜ ଭିଡିଓ ବାର୍ତ୍ତାରେ ମତ ପ୍ରକାଶ କରିଛନ୍ତି। ବିଶ୍ବ ମୁଷ୍ଟିଯୁଦ୍ଧର ସର୍ବଶ୍ରେଷ୍ଠ ଯୋଦ୍ଧା ଭାବେ ପରିଚିତ ୪୨ ବର୍ଷୀୟ ପାକ୍ବେ ୫୦୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ସଂପ୍ରତି ସେ ଫିଲିପାଇନ୍ସ ସଂସଦରେ ସିନେଟର ଅଛନ୍ତି। ଆଗାମୀ ସମୟରେ ସେ ରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ ଏହି ମହାନ କ୍ରୀଡ଼ା ତାରକା ୬୩ ଲଢ଼େଇ ଜିତିଛନ୍ତି। ‌ସେଥିମଧ୍ୟରେ ରହିଛି ୩୯ ନକଆଉଟ୍ ବିଜୟ, ୮ ପରାଜୟ ଏବଂ ୨ ଡ୍ର’।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ