ଦେଶ ବିଦେଶ ମନୋରଞ୍ଜନ

ମୁମ୍ୱାଇରେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଦୀପଭୀର, ଭିଡିଓରେ ଦେଖନ୍ତୁ ଝଲକ

ମୁମ୍ଵାଇ ୨୬।୧୧: ପ୍ରାୟତଃ ସବୁ ସେଲିବ୍ରେଟି ମୁମ୍ଵାଇରେ ଘର କିଣିବାକୁ ଆଗ୍ରହ। ବଲିଉଡର ସମସ୍ତ କଳାକାରଙ୍କ ଆଲିଶାନ ବଙ୍ଗଳା କଥା ତ ନ କହିବା ଭଲ। ସେମାନଙ୍କ ଦାମ ଜାଣିଲେ ଆପଣଙ୍କ ହୋସ୍ ହୋଇଯିବ। ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ଦୀପଭୀର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ମୁମ୍ବାଇରେ ନିଜର ଏକ ନୂଆ ଫ୍ଲାଟ କିଣିଛନ୍ତି। ପୁଣି ସେମାନେ ବଲିଉଡର କିଙ୍ଗଖାନ୍ ଶାହରୁଖ ଏବଂ ଭାଇଜାନ ଅର୍ଥାତ୍ ସଲମାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି।

ଖୁବ୍ ଶୀଘ୍ର ସେମାନେ ସେମାନଙ୍କ ନୂଆ ଘରକୁ ଶିଫ୍ଟ ହେବେ। ବର୍ତ୍ତମାନ ଏହି ନୂଆ ଘରର ଏକ ଭିଡିଓ ମଧ୍ୟ ରଣବୀର ଓ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓରୁ ଜଣାପଡୁଛି ଯେ ଯାହା ଅତ୍ୟନ୍ତ ବିଳାସପୂର୍ଣ୍ଣ ଅଟେ। ଏହି ବିଲ୍ଡିଂ ଏବେ ନିର୍ମାଣଧୀନ ରହିଛି। ବିଲ୍ଡିଂର ମେନ ଗେଟରେ ଏକ ଏଲ୍‌ଇଡି ଟିଭି ଲଗାଯାଇଛି। ଏଥିରେ ଲଗାତାର ଦେଖାଯାଉଛି ଯେ ଘରଟି ନିର୍ମାଣ ପରେ କେମିତି ଲାଗିବ।

ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଦୀପିକା-ରଣବୀର ମୁମ୍ବାଇ ରେସିଡେନ୍ସିଆଲ ଟାଓ୍ଵାର ‘ସାଗର ରେଶମ’ ରେ ଏକ ଆପାର୍ଟମେଣ୍ଟ କିଣିଥିଲେ। ହେଲେ ରଣବୀର–ଦୀପିକାଙ୍କ ଏହି ଆପାର୍ଟମେଣ୍ଟ ସଲମାନ ଖାନ୍‌ ଓ ଶାହାରୁଖ ଖାନ୍‌ଙ୍କ ପ୍ଲଟ ମଝିରେ ଥିବା ଜଣାଯାଇଛି। ଏହାକୁ ୧୧୯ କୋଟି ଟଙ୍କାରେ କିଣିଛନ୍ତି ଏହି ଷ୍ଟାର ଦମ୍ପତି। ଆପାର୍ଟମେଣ୍ଟଟି ୧୧,୨୬୬ ବର୍ଗ ଫୁଟ ଜମି ଉପରେ ଅବସ୍ଥିତ ଥିବା ବେଳେ ଆପାର୍ଟମେଣ୍ଟର ଛାତ ଏରିଆ ୧୩୦୦ ବର୍ଗଫୁଟ ଥିବା ଜଣାଯାଇଛି। ରଣବୀରଙ୍କ ଏହି ଆପାର୍ଟମେଣ୍ଟରେ ୧୯ ଟି ଗାଡି ପାର୍କିଂ କରିବାର ସୁବିଧା ରହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ