ଅପରାଧ ଦେଶ ବିଦେଶ

ମୁମ୍ବାଇର ୩ ବଡ ଷ୍ଟେସନକୁ ଉଡାଇଦେବାକୁ ଧମକ । ପୋଲିସ ହାତରେ ଧରାପଡିଲା ସନ୍ଦିଗ୍ଧ

ବ୍ୟରୋ ରିପୋର୍ଟ: ମହରାଷ୍ଟ୍ରରୁ ବଡ ଖବର । ଜଣେ ଅଜ୍ଞାତ ବ୍ୟକ୍ତି ନବୀ ମୁମ୍ବାଇର ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଦାଦର, କୁର୍ଲା, ସିଏସଏମଟି ପରି ୩ଟି ବଡ ଷ୍ଟେସନରେ ବିସ୍ଫୋରଣ କରିବାକୁ ଧମକ ଦେବା ପରେ ପୋଲିସର ଚିନ୍ତା ବଢିଯାଇଥିଲା । ହେଲେ ପୋଲିସର ତନାଘନା ପରେ ଫୋନ କରି ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ ।

ଫୋନ କରି ବ୍ୟକ୍ତି ଜଣକ ପୋଲିସକୁ କହିଥିଲା ଯେ, ପୋରବନ୍ଦରରୁ କିଛି ଲୋକ ଆସୁଛନ୍ତି ଯିଏ କି ୩ଟି ବଡ ବଡ ଷ୍ଟେସନକୁ ଉଡାଇଦେବେ । ହେଲେ ପୋଲିସ ଛାନବିନ୍ କରିବା ପରେ ଫୋନ କରିଥିବା ବ୍ୟକ୍ତିକୁ ଔରଙ୍ଗାବାଦରୁ ଗିରଫ କରିଛି । ଜିଆରପି କମିଶନର କାଇସର ଖାଲିଦ କହିଛନ୍ତି, ‘ନାଭି ମୁମ୍ବାଇର କଣ୍ଟ୍ରୋଲ ରୁମକୁ ଗତକାଲି ଏକ କଲ୍ ମିଳିଥିଲା ଯାହା ତିନୋଟି ଷ୍ଟେସନକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା। କଲ୍ ପାଇବା ପରେ, ଆମେ ତୁରନ୍ତ ତିନୋଟି ଷ୍ଟେସନରେ ଏକ ଚେକିଂ ଅପରେସନ୍ କରିଥିଲୁ, କିନ୍ତୁ କିଛି ମିଳିଲା ନାହିଁ । ଏହା ପରେ, ଯେତେବେଳେ ଆମେ ଅନୁସନ୍ଧାନ କଲୁ, ଏହା ଜଣାପଡିଲା ଯେ ଏହି କଲ୍ ଔରଙ୍ଗାବାଦ ଜିଲ୍ଲାରୁ ଆସିଛି, ବୈଷୟିକ ପ୍ରମାଣ ଆଧାରରେ କଲରଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି’ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ