ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମୁମ୍ବାଇରେ ସାମାନ୍ୟ କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପଞ୍ଚତାରକା ହୋଟେଲ୍‌ ବ୍ୟବହାର କରିବ ‘ବିଏମ୍‌ସି’

ମୁମ୍ବାଇ: ଡାକ୍ତରଖାନା ଶଯ୍ୟା ଖାଲି ରଖିବା ଉଦ୍ଦେଶ୍ୟରେ କୋଭିଡ୍‌ ହସ୍ପିଟାଲ୍‌ରେ ସୁସ୍ଥ ହୋଇଥିବା ଏବଂ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବଶ୍ୟକ କରୁ ନ ଥିବା କୋଭିଡ୍‌-୧୯ ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ଲାଗି ‘ବିଏମ୍‌ସି’ ଚାରି ଓ ପାଞ୍ଚ ତାରକା ହୋଟେଲ୍‌ କୋଠରି ଅଧିଗ୍ରହଣ କରିବା ଲାଗି ଯୋଜନା କରୁଛି।

ଏହି ହୋଟେଲ୍‌ କୋଠରିମାନଙ୍କରେ ରଖାଯିବାକୁ ଥିବା ରୋଗୀମାନଙ୍କର ଦେଖାଶୁଣା ନିମନ୍ତେ ପ୍ରମୁଖ କୋଭିଡ୍‌ ହସ୍ପିଟାଲ୍‌ରୁ କର୍ମଚାରୀମାନଙ୍କୁ ଅଣାଯିବ। ଏହାଛଡ଼ା, ସବୁବେଳେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ।


ଏହା ବ୍ୟତିରେକେ, ସାମାନ୍ୟ ଆକ୍ରାନ୍ତ ହୋଇଥିବା କୋଭିଡ୍‌-୧୯ ରୋଗୀ, ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଆବଶ୍ୟକ କରୁ ନ ଥିବେ ସେମାନଙ୍କ ଚିକିତ୍ସା ନିମନ୍ତେ ‘ବୃହନ୍‌ମୁମ୍ବାଇ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌’ (ବିଏମ୍‌ସି) କେତୋଟି ପାଞ୍ଚ ଓ ଚାରି ତାରକା ହୋଟେଲ୍‌ର ନାମ ଉଲ୍ଲେଖ କରିଛି।

ସେଗୁଡ଼ିକ ମଧ୍ୟରେ ରହିଛି, ମେରାଇନ୍‌ ଡ୍ରାଇଭ୍‌ ଅଞ୍ଚଳର ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ଓ ଟ୍ରାଇଡେଣ୍ଟ୍‌ ହୋଟେଲ୍‌ ଏବଂ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ୍‍।

ତତ୍ତ୍ୱାବଧାନ ଆବଶ୍ୟକ କରୁଥିଲେ ମଧ୍ୟ ‘ଆଇସିୟୁ’ ଏବଂ ‘ଅମ୍ଳଜାନ’ ଯୋଗାଣ ଆବଶ୍ୟକ କରୁ ନ ଥିବା ରୋଗୀମାନଙ୍କୁ ଏହି ହୋଟେଲ୍‌କୁ ସ୍ଥାନାନ୍ତର କରାଯିବ। ଫଳରେ ସାଂଘାତିକ ଆକ୍ରାନ୍ତ ରୋଗୀମାନେ ଡାକ୍ତରଖାନାରେ ଶଯ୍ୟା ପାଇ ପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ