ଦେଶ ବିଦେଶ ସ୍ୱାସ୍ଥ୍ୟ

ମୁଣ୍ଡ ବିନ୍ଧା ଓ ଥକ୍କାପଣ ହେଉଥିଲେ ହୋଇଯାଆନ୍ତୁ ସାବଧାନ, ଏସବୁ ହେଉଛି ଓମିକ୍ରନର ମୁଖ୍ୟ ଲକ୍ଷଣ

କୋଭିଡ୍ ମହାମାରୀର ନୂତନ ଭାରିଆଣ୍ଟ ଓମିକ୍ରନ ବିଶ୍ୱବ୍ୟାପୀ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଡେଲଟା ଠାରୁ ଦୁଇଗୁଣ ବେଗରେ ଏହା ବ୍ୟାପିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାରିଆଣ୍ଟ ଏଯାବତ୍ ୧୦୮ଟି ଦେଶରେ ପହଞ୍ଚିସାରିଲାଣି । ଏହା ଭିତରେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ରାଜ୍ୟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ଅଧିକ ସଂକ୍ରମିତ ଥିବା ରାଜ୍ୟରେ ଏବେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଲାଣି । ନୂତନ ବର୍ଷ ଆସୁଥିବାରୁ କଟକଣାକୁ କଡ଼ାକଡ଼ି କରାଯାଇଛି । ସାର୍ବଜନୀକ ସ୍ଥାନରେ ଭିଡ କରିବାକୁ ବାରଣ କରାଯାଇଛି ।

ତେବେ ଏହି ଓମିକ୍ରନ ସଙ୍କଟ ମଧ୍ୟରେ ଜାଣିବା ନିହାତି ଜରୁରୀ ଯେ, ଏହି ନୂତନ ଭାରିଆଣ୍ଟର କଣ ସବୁ ଲକ୍ଷଣ ରହିଛି ? ଏହା କିପରି ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି? ଏସବୁ ଭିତରେ ଜାଣିବା ଯେ, ଏହି ଭାରିଆଣ୍ଟର କଣ ସବୁ ମୁଖ୍ୟ ଲକ୍ଷଣ ରହିଛି ।
ପ୍ରଥମେ ପ୍ରଥମେ ଯେତେବେଳ କୋଭିଡ୍ ସଂକ୍ରମଣ ଆରମ୍ଭ ହୋଇଥିଲା ସେ ସମୟରେ ଏହାର ମୁଖ୍ୟ ଲକ୍ଷଣ ଥିଲା ଥଣ୍ଡା-କାଶ, ଫ୍ଲୁ ଇତ୍ୟାଦି । ଏହିସବୁ ସାଧାରଣ ଲକ୍ଷଣ ଥିଲା । ହେଲେ ଓମିକ୍ରନରେ ଏହିସବୁ କିଛି ବି ନାହିଁ । କିନ୍ତୁ ଓମିକ୍ରନରେ ଥଣ୍ଡା କାଶ ଦୁଇରୁ ତିନି ଦିନ ରହିଥାଏ ହେଲେ ଏହାର ଦୁଇଟି ଅନ୍ୟ ମୁଖ୍ୟ ଲକ୍ଷଣ ରହିଛି । ପ୍ରଥମ ର୍ଣ୍ ବିନ୍ଧା ଓ ଦ୍ୱିତୀୟରେ ଥକ୍କାପଣ । ତେଣୁ ଏହି ଦୁଇ ଲକ୍ଷଣ ଦେଖାଦେଲେ ସାବଧାନ ରହିବା ଦରକାର ।

ବିଶେଷଜ୍ଞଙ୍କ କହିବା କଥା ଯେ, ନୂତନ ଭାରିଆଣ୍ଟ ଡେଲଟା ଠାରୁ ଅଧିକ ଗମ୍ଭୀର ନୁହେଁ । ହେଲେ ସଂକ୍ରାମକ ନିଶ୍ଚୟ । ଏଥିରେ କେବଳ କିଛି ସାମାନ୍ୟ ଲକ୍ଷଣ ଦେଖାଦିଏ । ଯାହା ଆପେ ଆପେ ଠିକ୍ ହୋଇଯାଏ । ମେଡିକାଲରେ ଭର୍ତ୍ତି ହେବା ଭଳି ସମସ୍ୟା ଏହି ଭାରିଆଣ୍ଟରେ ଦେଖାଯାଏ ନାହିଁ । ଶରୀରରେ ପୀଡ଼ା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ ଏହି ନୂତନ ଭାରିଆଣ୍ଟରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ