ଅପରାଧ ରାଜ୍ୟ

ମୁଣ୍ଡାସାହି ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଅନୁଗୁଳ ୧୪/୦୯: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ। ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ଅବକାରୀ ବିଭାଗ ।

ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର ଝିଲି ସାହୁ । ସେ ଦୀର୍ଘଦିନ ହେଲା ବ୍ରାଉନସୁଗର ବେପାର ଚଳାଇଥିଲେ । ଏମିତିକି ତାଙ୍କ ପରିବାରର କିଛି ସଦସ୍ୟ ବ୍ରାଉନସୁଗର କାରବାରରେ ବନ୍ଧା ହୋଇଛନ୍ତି । କିଛିଦିନ ହେଲା ଅବକାରୀ ବିଭାଗ ଝିଲିଙ୍କ ଉପରେ ନଜର ରଖିଥିଲା । ସେ ଆଜି ସକାଳୁ ବ୍ରାଉନସୁଗର ଧରି ଆସୁଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା ।

ଝିଲି ଓ ତାଙ୍କ ସହଯୋଗୀ ସ୍କୁଟିରେ ଆସୁଥିବା ବେଳେ ଅବକାରୀ ଟିମ୍ ମୁଣ୍ଡାସାହି ଛକ ନିକଟରେ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୧୪୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତାଳଚେର ଅବକାରୀ ଇନ୍ସପେକ୍ଟର ଅନିତା ଓଝା ଏହି ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।