ଦେଶ ବିଦେଶ ମନୋରଞ୍ଜନ

ମୁଡ୍‌ ନାହିଁ କହି ବିବାହ ଭାଙ୍ଗିଥିଲେ ସଲ୍‌ମାନ୍‌

ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କର ବିବାହ ପ୍ରସଙ୍ଗ ୨୦ ବର୍ଷ ଧରି ସିନେପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସଲ୍‌ମାନ୍‌ଙ୍କ ବିବାହ ୧୯୯୯ ନଭେମ୍ବରରେ ସେତେବେଳର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଠିକ୍‌ ହୋଇଥିଲା। ବିବାହ ତାରିଖ ବି ଠିକ୍‌ ହୋଇସାରିଥିଲା। କିନ୍ତୁ ବିବାହର ଠିକ୍‌ ୫ ଦିନ ପୂର୍ବରୁ ସଲ୍‌ମାନ୍‌ ମନା କରିଦେଇଥିଲେ। ଏକ ସାକ୍ଷାତକାରରେ ସଲ୍‌ମାନ୍‌ଙ୍କ ପ୍ରିୟ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ସାଜିଦ୍‌ ନଡ଼ିଆଡୱାଲା ଏହି କଥା ଉପରୁ ପରଦା ଉଠାଇଛନ୍ତି।

ସେତେବେଳର ପ୍ରେମିକାଙ୍କ ସହ ହିଁ ସଲ୍‌ମାନ୍‌ଙ୍କ ବିବାହ ହେବାର ଥିଲା। ୧୯୯୯ ନଭେମ୍ବରରେ ବାପା ସଲିମ୍‌ ଖାନ୍‌ଙ୍କ ଜନ୍ମଦିନ ଦିନ ହିଁ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ମୁଡ୍‌ ନାହିଁ କହି ମାତ୍ର ୫ଦିନ ପୂର୍ବରୁ ସଲ୍‌ମାନ୍‌ ବିବାହ ଭାଙ୍ଗି ଦେଇଥିଲେ। ଏବେ ସଲ୍‌ମାନ୍‌ ଲୁଲିଆ ଭେଣ୍ଟୁର୍‌ଙ୍କ ସହ ସଂପର୍କରେ ଅଛନ୍ତି। ଆଗକୁ ସଲ୍‌ମାନ୍‌ ‘କିକ୍‌-୨’ରେ ନଜର ଆସିବେ। ଅନ୍ୟପଟେ ‘ରାଧେ’ର ସୁଟିଂ ସରିଥିବା ବେଳେ ଏହା ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ