ରାଜ୍ୟ ସ୍ପେଶାଲ ରିପୋର୍ଟ

‘ମୁକ୍ତା ଯୋଜନାରେ ୨୪ ଲକ୍ଷ ଚଳୁ!

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ‘ମୁକ୍ତା’ (ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ) ଯୋଜନାରେ ୨୪ଲକ୍ଷ ଟଙ୍କା ଚଳୁ ହୋଇଛି। ଏହି ଯୋଜନାରେ ନିର୍ମିତ ଜଳ ଅମଳ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହୋଇଥିବା ଟଙ୍କାର ନା ହିସାବ ମିଳୁଛି, ନା ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଉଛି। ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ମୋହରା ବନାଇ ଠିକାଦାର ଓ ଯନ୍ତ୍ରୀମାନେ ମନଇଚ୍ଛା କାମ କରିଥିବା ଏହି ଅର୍ଥ ବାଟବାରଣା କରିଥିବା ଅଭିଯୋଗ ହେଉଛି, ଯାହାର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି କରାଯାଇଛି।

ବାରିପଦା ଓ ରାଇରଙ୍ଗପୁର ପୌର ପରିଷଦ ଓ କରଞ୍ଜିଆ ଓ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୦୨୦-୨୧ ଆର୍ଥିକ ବର୍ଷରେ ‘ମୁକ୍ତା’ ଯୋଜନାରେ ୧୬୬ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ରାଜନୈତିକ ଚାପରେ ଓ ଠିକାଦାର, ଯନ୍ତ୍ରୀଙ୍କ ସୁପାରିସରେ ବିଭିନ୍ନ ଏସ୍‌ଏଚ୍‌ଜିଗୁଡ଼ିକୁ ମନଇଚ୍ଛା କାମ ବାଣ୍ଟି ଦିଆଗଲା। ସେହି ସମୟରେ ପୌର ପରିଷଦ ଭଙ୍ଗା ହୋଇଥିବାରୁ ପ୍ରତିବାଦ କରିବାକୁ କେହି ନଥିଲେ। ଏହାର ସୁଯୋଗରେ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମୋହରା ବନାଗଲା। ଯନ୍ତ୍ରୀ ଓ ଠିକାଦାରମାନେ ଜଳ ଅମଳ ପ୍ରକଳ୍ପ ବାବଦରେ ଜନସାଧାରଣଙ୍କୁ କୌଣସି ସୂଚନା ନଦେଇ ‌ଯେଉଁଠି ଇଚ୍ଛା ସେଠି କାମ କଲେ। ଅନେକ ସ୍ଥାନରେ କାମ କରା ବି ଯାଇନି। ତଥାପି ବିଲ୍‌ ଉଠାଇନେଲେ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ବାରିପଦା ତକତପୁର ସରକାରୀ ଆଇଟିଆଇ ପରିସରସ୍ଥ ପ୍ରକଳ୍ପ। ୧ ଲକ୍ଷ ୯୬ ହଜାର ଟଙ୍କା ଖର୍ଚ୍ଚରେ ଏହି ଜଳ ଅମଳ ପ୍ରକଳ୍ପ ତିଆରି ହୋଇଥିଲେ ବି ଏହାଦିନେ ବି କାମରେ ଲାଗିନି। ଏବେ ଏହି ପ୍ରକଳ୍ପ ମାଟିରେ ମିଶିବାକୁ ବସିଛି। ଏଠାରେ କାହିଁକି ପ୍ରକଳ୍ପ ନିର୍ମାଣ ହେଲା, ଏହାଦ୍ବାରା କିଏ ଉପକୃତ ହୋଇଥାନ୍ତେ; ସେ କଥା କେହି ଜାଣନ୍ତିନି। ବାରିପଦା, ରାଇରଙ୍ଗପୁର, ଉଦଳା ଓ କରଞ୍ଜିଆ ସହରାଞ୍ଚଳରେ ବିଭିନ୍ନ ଅଞ୍ଚଳରେ ଏମିତି କାମ ସବୁ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯୋଜନା ପାଇଁ ୨ଟି ପୌର ପରିଷଦ ଏବଂ ୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଖାପାଖି ୮୩ ଲକ୍ଷ ୫୬ ହଜାର ୩୨୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥିରୁ ୨୪ ଲକ୍ଷ ୧୨ ହଜାର ୫୪୧ ଟଙ୍କାର ହିସାବ ମିଳୁନି। ସ୍ବତନ୍ତ୍ର ଅଡିଟ୍ ଟିମ୍‌ ଘୋଟାଲା ଧରିବା ପରେ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି, ତା’ର ହିସାବ ମାଗିଥିଲା। ତେବେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଉତ୍ତର ନ ଆସିବାରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି। ସେହିପରି, ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ୩ ମାସ ବିତିଯାଇଥିଲେ ବି ଏଯାଏ ଜିଲ୍ଲା ପ୍ରଶାସନ ସରକାରଙ୍କୁ କୌଣସି ରିପୋର୍ଟ ଦେଇନି। ତେବେ, ଏନେଇ କୌଣସି ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେବାକୁ ରାଜି ହେଉନଥିବା ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।