ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁକ୍ତା ଯୋଜନାରେ ଅଧିକାରୀଙ୍କ ଖେଳ; କାମ ପାଉଛନ୍ତି ଏସ୍‌ଏଚ୍‌ଜି, କରୁଛନ୍ତି ଠିକାଦାର

ରାଜଗାଙ୍ଗପୁର: ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନାରେ ସେମାନଙ୍କୁ ବିଭିନ୍ନ ଠିକା କାମ ପ୍ରଦାନ ନିଷ୍ପତ୍ତି ନେଇଛନ୍ତି। ହେଲେ ଏଠାରେ ଏହାର ଦାୟିତ୍ବରେ ଥିବା କାର୍ଯ୍ୟାନ୍ବୟନ ଅଧିକାରୀ ଜଣକ କାର୍ଯ୍ୟାଦେଶ ପାଉଥିବା ଏସ୍‌ଏଚ୍‌ଜି ମାନଙ୍କୁ ଠିକାଦାରଙ୍କ ଜରିଆରେ କାମ କରାଇବା ପାଇଁ ପ୍ରବର୍ତ୍ତାଉଛନ୍ତି। ଏହାକୁ ନେଇ ୫-ଟି ବିଭାଗରେ ଅଭିଯୋଗ ​ମଧ୍ୟ ହୋଇଛି। ରାଜଗାଙ୍ଗପୁର ପୌରପାଳିକାରେ ଚଳିତ ବର୍ଷ ୪୨ଟି କାମ ପାଇଁ ମୋଟ ୩ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି କାର୍ଯ୍ୟାଦେଶ ଜରିଆରେ ୱାର୍ଡ ନମ୍ବର ୩, ୪, ୧୧, ୧୮, ୯ ଓ ୧୫​ରେ ମିନି ପାର୍କ, ୱାର୍ଡ ନମ୍ବର ୧,୩, ୧୧ ଓ ୧୮ରେ ଭେଣ୍ଡିଂ ଜୋନ ତଥା ସମସ୍ତ ୱାର୍ଡରେ ପାଦଚଲା ରାସ୍ତା ନିର୍ମାଣ କରାଯାଉଛି। ଏହିସବୁ କାର୍ଯ୍ୟ ମୁକ୍ତା ଯୋଜନାରେ ପୌରପାଳିକାରେ ପଞ୍ଜୀକୃତ ଏସ୍‌ଏଚ୍‌ଜିମାନଙ୍କୁ ଦିଆଯାଇଛି। ହେଲେ ଦାୟିତ୍ବରେ ଥିବା ଅଧିକାରୀ ଜାଣିଶୁଣି ସମ୍ବଳ ଓ ଅଭିଜ୍ଞତା ଦୃଷ୍ଟିରୁ ଦୁର୍ବଳ ଏଚ୍‌ଏଚ୍‌ଜିମାନଙ୍କୁ ଏହି କାମ ଦେଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ସେ ନିଜ ଘନିଷ୍ଠ ଠିକାଦାରମାନଙ୍କୁ ସେମାନଙ୍କ ନିକଟକୁ ପଠାଇ କାର୍ଯ୍ୟଦେଶ ବିକ୍ରି କରିବାକୁ ପ୍ରବର୍ତ୍ତାଉଛନ୍ତି।

ଏସ୍‌ଏଚ୍‌ଜିମାନଙ୍କୁ କିଛି ଭାଗ କମିସନ ଦେଇ ସଂପୃକ୍ତ ଠିକାଦାରମାନେ କାମ ହାତେଇ ନେଲା ପରେ ଅଧିକାରୀ ମଧ୍ୟ ପିସି ପାଇ ମାଲେମାଲ ହେଉଛନ୍ତି। ଏ ସଂପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ କାମ କିପରି ଠିକ୍‌ରେ ସଂପାଦିତ ହେବ ସେ ସଂପର୍କରେ ଏସଏଚ୍‌ଜିମାନଙ୍କୁ ବୁଝାଯାଉ ନାହିଁ। ତେଣୁ ଅଧିକାଂଶ କାମ ନିମ୍ନମାନର ହେଉ ନାହିଁ କି ସମୟରେ ସରୁ ନାହିଁ। ଅଧିକାରୀ ଠିକାଦାରଙ୍କ ସହ ମିଶି ଅଧିକାଂଶ କାର୍ଯ୍ୟ ନିଜ ତତ୍ତ୍ବାବଧାନରେ କରାଉଛନ୍ତି। ଏପରିକି ପାଦଚଲା ରାସ୍ତା ପାଇଁ ଇଟା କେଉଁଠୁ ଆସିବ ତା’ର ଦାୟିତ୍ବ ମଧ୍ୟ ନିଜେ ଅଧିକାରୀ ନେଉଛନ୍ତି। ଜିଲ୍ଲାର ୪ଟି ପୌରପାଳିକା ମଧ୍ୟରୁ ମୁକ୍ତା ଯୋଜନାରେ ରାଜଗାଙ୍ଗପୁରରେ ​ସବୁଠୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି। ବିଜେପି ନେତା ଉପେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଏହି ବିଭାଗରେ କର୍ମଚାରୀମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଫଳରେ ଗତ ୩ ବର୍ଷ ମଧ୍ୟରେ ୩ଥର ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ତେଣୁ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି। ସେହିପରି ମୁକ୍ତା ଯୋଜନା ଦାୟିତ୍ବରେ ଥିବା ଅଧିକାରୀ ସୌରଭ ପଟେଲଙ୍କୁ ପଚାରିବାରୁ ସେ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ କଲେ ପ୍ରକୃତ ଘଟଣା ସାମ୍‌ନାକୁ ଆସିପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।