ଖେଳ

‘ମୁଁ ଚାହେଁନି ମୋତେ କେହି ଅନଫିଟ୍ କୁହନ୍ତୁ’, କାହିଁକି ଏମିତି କହିଲେ ମାହି

ଚେନ୍ନାଇ, ୨୦/୦୪: ଚେନ୍ନାଇ ସୁପରକିଙ୍ଗସ ଆଇପିଏଲର ଦ୍ୱାଦଶ ଲିଗ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୪୫ ରନରେ ପରାସ୍ତ କରିଛି । ରାଜସ୍ଥାନ ଗୋଟିଏ ସମୟରେ ଭଲ ସ୍ଥିତିରେ ଥିଲା । କିନ୍ତୁ ଦଶମ ଓଭର ପରେ ରବୀନ୍ଦ୍ର ଜାଡ଼େଜାଙ୍କ ଜବରଦସ୍ତ ବୋଲିଂ ଓ ଫିଲ୍ଡିଂ ପରେ ଦଳ ପରାଜୟ ଆଡେ ମୁହାଁଇଥିଲା ।

ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏହି ମୁକାବିଲା ଖାସ୍ ଥିଲା । ଏହି ବିଜୟ ସହ ଦଳ ଅଙ୍କ ତାଲିକାରେ ଦୁଇ ନମ୍ବର ସ୍ଥାନରେ ପହଁଚିଛି । ରାଜସ୍ଥାନର ତିନୋଟି ମୁକାବିଲାରେ ଦ୍ୱିତୀୟ ଥର ପରାସ୍ତ ହୋଇ ୬ ନମ୍ବର ସ୍ଥାନରେ ପହଁଚି ଯାଇଛି ।

ମ୍ୟାଚ୍ ବିଜୟ ପରେ ଧୋନୀ କହିଥିଲେ ଯେ, ଯଦି ଆପଣ ଖେଳୁଥାନ୍ତି ତେବେ କେହି ଅନଫିଟ୍ ନକହିବା ଦରକାର । ସେ ଯୁବ ଖେଳାଳିଙ୍କ ଭଲି ଜୋସ୍ ଦେଖାଇଥାନ୍ତି । ସେମାନଙ୍କ ବରାବର କରିବା ଆବଶ୍ୟକ । ଯୁବ ଖେଳାଳି ଭଲ ଦୌଡିପାରନ୍ତି । କିନ୍ତୁ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ । ପ୍ରଥମେ ମ୍ୟାଚରେ ସେମାନେ କମ୍ ରନ୍ କରିଥିବା ତାଙ୍କୁ ଲାଗିଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ବଲ୍ ସ୍ପିନ୍ କରିଥିଲା ।

ସେ ଆହୁରି କହିଛନ୍ତି ଯେ, ଦଳ ୧୮୮ ରନ୍ କରିଥିଲା । କିନ୍ତୁ ପ୍ରଥମେ ତାଙ୍କୁ ଦଳ ଆହୁରି ଅଧିକ ରନ୍ କରିବା ଦରକାର ବୋଲି ଲାଗିଥିଲା । ସେ ପ୍ରଥମ ୫ଟି ବଲ୍ ଯେପରି ଖେଳିଥିଲେ ଆଉ କେଉଁ ମ୍ୟାଚ୍ ହୋଇଥିଲେ ପରାଜୟ ସାମ୍ନା କରିବାକୁ ପଡିଥାନ୍ତା ।

ସୂଚନାଯୋଗ୍ୟ, ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୮୮ ରନ୍ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ୯ ଓ୍ୱିକେଟରେ ୧୪୩ ରନ୍‌ ହିଁ କରିପାରିଥିଲା । ଫଳରେ ଦଳ ୪୫ ରନରେ ପରାସ୍ତ ହୋଇଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ