ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇସିସି (ଅଖିଳ ଭାରତ କଂଗ୍ରେସ କମିଟି) ଆଜି ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ରୂପେ ନିଯୁକ୍ତ କରିଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କୋରାପୁଟ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତ୍ରୀ ମୀନାକ୍ଷୀଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ରୂପେ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିବା ଦଳର ସଂପାଦକ କେ.ସି. ବେଣୁଗୋପାଳ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି। ଶ୍ରୀମତୀ ବାହିନୀପତି ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ। ମୀନାକ୍ଷୀଙ୍କୁ ରାଜ୍ୟ କଂଗ୍ରେସର ମହିଳା ସଭାନେତ୍ରୀ ରୂପେ ନିଯୁକ୍ତି କରି ଏଆଇସିସି ଜିଲ୍ଲାର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବା ସହିତ ରାଜ୍ୟର ମହିଳା ଭୋଟରଙ୍କ ଆସ୍ଥା ଜିତିବା ପାଇଁ ପ୍ରୟାସ କରିଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମୀନାକ୍ଷୀ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ରୂପେ ୨୦୦୯ରୁ ଅବସ୍ଥାପିତ ରହିଥିଲେ। ଗତ ବର୍ଷ ଜୁନ ମାସରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ଦୁର୍ଗା ଶଙ୍କର ସାହୁଙ୍କୁ ନିଯୁକ୍ତି କରାଯାଇଥିଲା। ମୀନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ନ ହଟାଇବା ପାଇଁ ପୂର୍ବରୁ ମେ’ ମାସରେ ୧୨ ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସର ବ୍ଲକ ସଭାପତି ଏବଂ ଜୟପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭୁବନେଶ୍ବରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ମୀନାକ୍ଷୀଙ୍କୁ ସଭାପତି ପଦରୁ ହଟାଗଲେ ସାଧାରଣ ଏବଂ ବିଧାନସଭା ନିର୍ବାଚନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଦଶଟି ଜିଲ୍ଲାର ନୂଆ ସଭାପତି ନିଯୁକ୍ତି ବେଳେ କୋରାପୁଟ ଜିଲ୍ଲା ସଭାପତି ରୂପେ ଅବସ୍ଥାପିତ ମୀନାକ୍ଷୀଙ୍କୁ ହଟାଇ ଦିଆଯାଇଥିଲା। ଏହାର ପ୍ରତିବାଦରେ ଜୟପୁର ବିଧାୟକ ତଥା ମୀନାକ୍ଷୀଙ୍କ ସ୍ବାମୀ ତାରାପ୍ରସାଦ ବାହିନୀପତି ଓ ତାଙ୍କର ସମର୍ଥକମାନେ ଦିଲ୍ଲୀରେ ଏଆଇସିସିର ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତତ୍କାଳୀନ ଏଆଇସିସି ପ୍ରଭାରୀ ଏ.ଚେଲ୍ଲାକୁମାର, ସାଧାରଣ ସଂପାଦକ କେ.ସି. ବେଣୁଗୋପାଳଙ୍କୁ ସାକ୍ଷାତ କରି ମୀନାକ୍ଷୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବା ନେଇ ପ୍ରତିବାଦ ଜଣାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ