ଦେଶ ବିଦେଶ

ମିସନ୍ ୪୦୦: ସହଯୋଗୀ ଖୋଜୁଛି ବିଜେପି

ନୂଆଦିଲ୍ଲୀ: ଆସନ୍ତା ‌େଲାକସଭା ନିର୍ବାଚନରେ ବିଜେପି ପାଇଁ ୩୭୦ ଆସନ ଟାର୍ଗେଟ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହିତ ଏନ୍‌ଡିଏ ଲାଗି ୪୦୦ ଆସନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ଲାଗି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଦଳଗୁଡ଼ିକ ସହ ମେଣ୍ଟ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ରହିଛି। ଅଧିକ ଦଳକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ସାମିଲ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି, ବିଭିନ୍ନ ରାଲିକୁ ସମ୍ବୋଧିତ କରୁଛନ୍ତି ଏବଂ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ ପାଇଁ ଆହ୍ବାନ ଦେଇଛନ୍ତି। ୫୪୩ ଲୋକସଭା ଆସନରୁ ୪୦୦ରୁ ଅଧିକ ଆସନ ଜିତିବା ପାଇଁ ବିଜେପି ତା’ର ସହଯୋଗୀଙ୍କ ସହ କଥାବାର୍ତ୍ତା ଓ ରଣନୀତି ପ୍ରସ୍ତୁତି ଚାଲିଛି। ପୂର୍ବରୁ ଯେଉଁ ଦଳଗୁଡ଼ିକ ଏନଡିଏ ଛାଡ଼ିଥିଲେ ସେମାନଙ୍କୁ ଫେରାଇ ଆଣିବା ଲାଗି ଉଦ୍ୟମ କରାଯାଉଛି। ଏଥିରେ ସଫଳତା ବି ମିଳୁଛି। ଯେଉଁ ଆସନରେ ବିଜେପିର ସ୍ଥିତି ଦୁର୍ବଳ ସେଠାରେ ବିରୋଧୀ ଦଳରୁ ନେତା ଆଣି ବିଜେପିରେ ସାମିଲ କରାଇବାକୁ ସ୍ବତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି।

୨୦୧୮ ମାର୍ଚ୍ଚରେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗରେ ଟିଡିପି ଏବଂ ସେହି ବର୍ଷ ଜୁଲାଇରେ ଜମ୍ମୁ-କାଶ୍ମୀରରେ ପିଡିପି ଏନ୍‌ଡିଏ ସହ ସମ୍ପର୍କ ଛିନ୍ନ କରିଥିଲେ। ୨୦୧୯ରେ ମହାରାଷ୍ଟ୍ରରେ କ୍ଷମତା ବଣ୍ଟନକୁ ନେଇ ମତଭେଦ ହେବାରୁ ଶିବସେନା ଓହରି ଯାଇଥିଲା। ଏହାର ବର୍ଷକ ପରେ କୃଷି ଆଇନକୁ ବିରୋଧ କରି ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ସଙ୍ଗ ଛାଡ଼ିଥିଲା। ତାମିଲନାଡୁସ୍ଥିତ ଏଆଇଏଡିଏମ୍‌କେ ସହ ସମ୍ପର୍କ ୨୦୨୩ରୁ ଖରାପ ଥିବାରୁ ମେଣ୍ଟ ଉପରେ କଳାଛାଇ ରହିଛି। ଏବେ ଟିଡିପି ଏନ୍‌ଡିଏ ମେଣ୍ଟକୁ ଫେରି ଆସିଥିବା ବେଳେ ଆଗକୁ ଆହୁରି କେତେକ ଦଳ ଫେରିପାରନ୍ତି ବୋଲି କୁହାଯାଉଛି।
ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାରେ ସହଯୋଗୀ ଦଳଗୁଡ଼ିକର ଭୂମିକାକୁ ଦୃଷ୍ଟିରେ ରଖି ଦଳ ବିହାରରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ସହ ହାତ ମିଳାଇଛି। ନୀତୀଶ ପୁଣି ଏନ୍‌ଡିଏକୁ ଫେରିବା ବିଜେପି ପାଇଁ ସଫଳତା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ସେହିଭଳି ଶିବସେନା ଏବଂ ଏନ୍‌ସିପି ଦୁଇ ଭାଗ ହୋଇଯାଇଛି। ଏହି ଦୁଇ ଦଳର ବଡ଼ ଗୋଷ୍ଠୀ ଏବେ ଏନଡିଏ‌େର। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଭଲ ସମ୍ପର୍କ ଯୋଡ଼ିଛନ୍ତି। ଏହାବ୍ୟତୀତ ଅନେକ ଆଞ୍ଚଳିକ ଦଳ ସହ ବିଜେପିର ଭଲ ସମ୍ପର୍କ ରହିଛି।

ଜୁନ୍ ୨୦୨୧ରେ ଜମ୍ମୁ-କଶ୍ମୀରର ରାଜନୈତିକ ଦଳଗୁଡ଼ିକର ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସହ ଗାଣତାନ୍ତ୍ରିକ ପ୍ରକ୍ରିୟାକୁ ପୁନରୁଦ୍ଧାର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିଥିଲେ ଏବଂ କହିଥିଲେ ଯେ ସେ ‘ଦିଲ୍ଲୀ କି ଦୂରୀ’ (ଦିଲ୍ଲୀଠାରୁ ଦୂରତା) ଏବଂ ‘ଦିଲ୍ କି ଦୂରୀ’ (ହୃଦୟରୁ ଦୂରତା) ହଟାଇବାକୁ ଚାହୁଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଓ ଜମ୍ମୁ-କଶ୍ମୀରରେ ବିଭକ୍ତ କରିବା ପାଇଁ ସଂସଦରେ ବିଲ୍ ପାରିତ ହେବାର ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗତ ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତରେ ଯାଇ କୃଷି ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୨୧ ବିଧାନସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଦିଦି ଓ ଦିଦି’ ମନ୍ତବ୍ୟ ରାଜ୍ୟର ମହିଳା ଭୋଟରଙ୍କୁ ବିଚ୍ଛିନ୍ନ କରିଥିଲା ବୋଲି କୁହାଯାଉଛି। ଯଦିଓ ବିଜେପି ୨୯୨ ଆସନରୁ ୭୭ (ପରେ ୭୦କୁ ଖସି ଆସିଥିଲା) ଜିତିଥିଲା, ତଥାପି ବାନାର୍ଜୀ ଓ ତାଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଭୋଟ୍ ଦେବାକୁ ପସନ୍ଦ କରିଥିବା ମହିଳା ଭୋଟରଙ୍କ ମନ ଜିଣି ପାରିନଥିଲା। ଏବେ ପଶ୍ଚିମବଙ୍ଗରେ ମହିଳାଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ