ଅପରାଧ ରାଜ୍ୟ

ମିଳିଲାନି ନ୍ୟାୟ, ଏସପି ଅଫିସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ମାଆ

କେନ୍ଦୁଝର ୧୭/୦୬: ଜୁନ ୨ ତାରିଖ ଟାଉନ ଥାନା ଅଞ୍ଚଳରେ ଜଣେ ନା ବାଳିକା ନିଖୋଜ ହେବା ଘଟଣା ପରେ ମା ଥାନାର ଦ୍ଵାରସ୍ତ ହୋଇଥିଲେ । ଥାନାରୁ କୌଣସି ସୁଫଳ ନ ପାଇବାରୁ ସେ ପୁଣି ଜୁନ ୬ ତାରିଖ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭେଟି ନିଜର ଗୁହାରି ଜଣାଇଥିଲେ ।

ହେଲେ ଏ ପର୍ଯ୍ୟନ୍ତ ଝିଅର କୌଣସି ଖୋଜ ଖବର ନପାଇବାରୁ ହତାସ ହୋଇ ମା ଆଜି ବାଧ୍ୟ ହୋଇ ଏସପି ଅଫିସ୍ ସମ୍ମୁଖରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଠିକ ସମୟରେ ପୋଲିସ ପହଞ୍ଚି ଆତ୍ମହତ୍ୟାରୁ ତାଙ୍କୁ ବାରଣ କରିବାରେ ସଫଳ ହୋଇଥିଲେ । ମହିଳା ଜଣଙ୍କ ଏସପିଙ୍କୁ ଭେଟିବାକୁ ଜିଦ କରିବାରୁ ତାଙ୍କୁ ଏସପିଙ୍କୁ ଭେଟିବାକୁ ଦିଆଯାଇଥିଲା ।

ଏସପିଙ୍କୁ ଭେଟି ବାହାରକୁ ଆସି ମହିଳା ଜଣଙ୍କ କହିଥିଲେ ଅପହରଣକାରିକୁ ଆଗ ଗିରଫ କରାଯିବ ବୋଲି କହିଛନ୍ତି । ତାପରେ ତାଙ୍କ ଝିଅକୁ ଖୋଜାଯିବ । ହେଲେ ଝିଅକୁ ଖୁବ୍ ଶିଘ୍ର ଖୋଜି ଆଣିବାକୁ ପୋଲିସକୁ କୁହାଯାଇଥିବା ଏସପି କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।