ଅପରାଧ ଦେଶ ବିଦେଶ

ମିଳିଲାନି ଆମ୍ବୁଲାନ୍ସ, ଝିଆରୀର ମୃତଦେହକୁ କାନ୍ଧରେ ବୋହିଲେ ଦାଦା

ମଧ୍ୟପ୍ରଦେଶ ୨୦/୧୦: କାନ୍ଧରେ ଝିଆରୀର ମୃତଦେହ ବୋହିଲେ ଦାଦା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଛତରପୁରରୁ । ଯେଉଁଠାରେ ଆମ୍ବୁଲାନ୍ସ ଅଭାବରୁ ଜଣେ ବ୍ୟକ୍ତି ନିଜ ଝିଆରୀଙ୍କୁ କାନ୍ଧରେ ବୋହି ଘରକୁ ନେଇଯାଉଥିବାର ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ଘଟଣା ଗଣମାଧ୍ୟମରେ ଆସିବାପରେ ସଂପୃକ୍ତ ବିଭାଗ ତରଫରୁ ସହାୟତା ପାଇଁ ଚେଷ୍ଟା କରାଯାଇଥିଲା ।

ସୂଚନା ଅନୁଯାୟୀ, ମୃତକ ରାଧାଙ୍କୁ ଭୀଷଣ ଜ୍ୱର ହୋଇଥିଲା ଯାହାପରେ ତାଙ୍କୁ ବକ୍ସଓ୍ୱାହା କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହବୋରୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା । ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

କିନ୍ତୁ ଆମ୍ବୁଲାନ୍ସ ନଥିବାରୁ ପରିବାର ଲୋକ କୌଣସି ମତେ ମୃତଦେହ ବକ୍ସଓ୍ୱାହା ନେବାରେ ସକ୍ଷମ ହୋଇଥିଲେ। କିନ୍ତୁ ସେଠାରୁ ୪ କିମି ଦୂର ନିଜ ଗ୍ରାମକୁ ନେବାକୁ କୌଣସି ସୁବିଧା ମିଳିନଥିଲା । ପରିବାର ଅନେକ ଅଧିକାରୀଙ୍କୁ ସାହାଯ୍ୟ ମାଗିଥିଲେ ବି କେହି ଧ୍ୟାନ ଦେଇନଥିଲେ ।

ଶେଷରେ ମୃତକଙ୍କ ଦାଦା, ଝିଆରୀର ମୃତ ଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ଚାଲି ଚାଲି ବାହାରିଥିଲେ। ଅବଶ୍ୟ ଘଟଣା ଗଣମାଧ୍ୟମରେ ଆସିବାପରେ ନଗର ନିଗମ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା। ସେପଟେ ଏହି ଘଟଣାରେ ଛତରପୁର ଚିଫ୍ ମେଡିକାଲ ଅଫିସର ଡ. ବିଜୟ ପାଥୋରିଆ ଏହି ମାମଲାରେ ଅଧିକାରୀଙ୍କ ସହ କଥାହେବା ନେଇ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ