ଖେଳ ଦେଶ ବିଦେଶ

ମିଳିଥିବା ପୁରସ୍କାର ରାଶିରୁ ନିରଜ ଚୋପ୍ରାଙ୍କୁ ଦେବାକୁ ପଡିବ ଏତିକି ଟ୍ୟାକ୍ସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ ୧୧/୦୮ : ଅଲିମ୍ପିକ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନିରଜ ଚୋପ୍ରାଙ୍କ ଉପରେ ପୁରସ୍କାର ବର୍ଷା ହେଉଛି। ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଖେଳାଳିଙ୍କୁ ଯେଉଁ ପୁରସ୍କାର ମିଳୁଛି ସେଥିପାଇଁ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡେ କି ? ଖେଳାଳିଙ୍କୁ ଯେଉଁ ପୁରସ୍କାର ରାଶି ମିଳେ ସେଥିପାଇଁ ସେମାନଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡେ ଜାଣନ୍ତୁ।

ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଆନନ୍ଦ ଜୈନ କହିଛନ୍ତି ଯେ ଆୟକର ଅଧିନିୟମ ସେକ୍ସନ 10(17A) ଅନୁଯାୟୀ, ଯଦି କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ବିଜେତା ଖେଳାଳିଙ୍କୁ ଯଦି କିଛି ପୁରସ୍କାର ଦିଅନ୍ତି ତାହେଲେ ତାହା ଟ୍ୟାକ୍ସ ଫ୍ରି ରହିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ୨୦୧୪ରେ ଅଲିମ୍ପିକ ଖେଳ, କମନୱେଲ୍ଥ ଗେମ୍ସ ଓ ଏସିଆ ଗେମ୍ସରେ ପଦକ ବିଜେତାଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ପୁରସ୍କାର ରାଶି କିମ୍ବା ବସ୍ତୁକୁ ଟ୍ୟାକ୍ସ ଫ୍ରି କରିବାକୁ ଆଦେଶ ପାରିତ କରିଥିଲେ।

ଆନନ୍ଦ ଜୈନ କହିଛନ୍ତି କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ପୁରସ୍କାର ଉପରେ ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ଏହାଛଡା ଯଦି ବିଜେତାଙ୍କୁ ଅନ୍ୟ କେଉଁଠୁ ପୁରସ୍କାର ମିଳେ ତାହେଲେ ଟ୍ୟାକ୍ସ ଦେବାକୁ ପଡିଥାଏ। ଯେପରି ଆନନ୍ଦ ମହିନ୍ଦ୍ରା ନିରଜ ଚୋପ୍ରାଙ୍କୁ କାର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏହି କାର ପାଇଁ ନିରଜଙ୍କୁ ୩୦% ଟ୍ୟାକ୍ସ ଦେବାକୁ ହେବ।

ଆୟକର ଅଧିନିୟମ ଅନୁସାରେ କେବଳ ବିଜେତା ଖେଳାଳିଙ୍କୁ ପ୍ରାପ୍ତ ପୁରସ୍କାର ଟ୍ୟାକ୍ସ ଫ୍ରି ହୋଇଥାଏ। ଅନ୍ୟ ଖେଳାଳି, କୋଚ ଆଦିଙ୍କୁ ମିଳିଥିବା ପୁରସ୍କାର ପାଇଁ ଟ୍ୟାକ୍ସ ଦେବାକୁ ହୁଏ।

ନିରଜଙ୍କୁ କେଉଁଠୁ କେତେ ମିଳିଛି ପୁରସ୍କାର :

୧. ନିରଜ ଚୋପ୍ରାଙ୍କୁ ହରିୟାଣା ସରକାର ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

୨. ପଞ୍ଜାବ ସରକାର ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

୩. ରେଳବାଇ ୩ କୋଟି ଓ ମଣିପୁର ସରକାର ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

୪. ବିସିସିଆଇ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।

୫. ଆଇପିଏଲ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର କିଙ୍ଗ୍ସ ଏକ କୋଟି ଟଙ୍କା ଘୋଷଣା କରିଛି।

୬. ଆନନ୍ଦ ମହିନ୍ଦ୍ରା ଏକ୍ସୟୁଭି ୭୦୦ ଦେବାକୁ ଘୋଷଣା କରିଛନ୍ତି।

୭. ଭାରତୀୟ ଅଲିମ୍ପିକ ସଂଘ ୭୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି।

ବର୍ତ୍ତମାନ ନିୟମ ଅନୁଯାୟୀ, ଯଦି ଜଣକୁ ୫୦ ହଜାର ଟଙ୍କାରୁ ଅଧିକ ରାଶିର ପୁରସ୍କାର ମିଳେ ତାହାଲେ ଟ୍ୟାକ୍ସ ଦେବାକୁ ପଡିଥାଏ। ବେଳେବେଳେ ବର୍ଷରେ ଅନେକ ଅବସରରେ ଆପଣଙ୍କୁ ଅନେକ ଉପହାର ମିଳିଥାଏ ଯାହାର ମୋଟ ମୂଲ୍ୟ ୫୦ ହଜାରରୁ ଅଧିକ ହୋଇପାରେ। ଏଭଳି ସ୍ଥିତିରେ ଟ୍ୟାକ୍ସ ରିଟର୍ଣ୍ଣ ଦେବା ସମୟରେ ୫୦ ହଜାରରୁ ଅଧିକ ଉପହାର ମିଳିଥିଲେ ସୂଚନା ଦେବାକୁ ପଡିଥାଏ। ଏହି ତଥ୍ୟ ଆୟକର ବିଭାଗରୁ ଲୁଚେଇଲେ ପରେ ସମସ୍ୟା ହୋଇପାରେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ