ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମିରାଣ୍ଡ ହାଉସ କଲେଜର ସଫଳତା ପଛରେ ବିଜୟଲକ୍ଷ୍ମୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍)-୨୦୨୩ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୧୭ରୁ ଏହି କଲେଜ ଏନ୍‌ଆଇଆର୍‌ଏଫ୍ ରାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନରେ ରହିଆସୁଛି। କଲେଜର ଏହି ସଫଳତା ପଛରେ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପ୍ରମୁଖ ଭୂମିକା ରହିଥିବାବେଳେ କଲେଜର ଅଧ୍ୟକ୍ଷା ତଥା ଓଡ଼ିଆ ଝିଅ ପ୍ରଫେସର ବିଜୟାଲକ୍ଷ୍ମୀ ନନ୍ଦଙ୍କ ଅବଦାନ ମଧ୍ୟ ଅନୁରୂପ ରହିଛି।

ଏହାକୁ ନେଇ ବିଜୟାଲକ୍ଷ୍ମୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ସାତ ବର୍ଷ ହେଲା କଲେଜ ପ୍ରଥମ ସ୍ଥାନରେ ରହିଆସିଛି। କଲେଜର ବିଦ୍ୟାର୍ଥୀ, ଶିକ୍ଷକ ଓ କର୍ମଚାରୀ ସମସ୍ତ ଆହ୍ବାନକୁ ସ୍ବୀକାର କରି କାର୍ଯ୍ୟ କରିଛନ୍ତି। ରାଙ୍କିଙ୍ଗ୍‌କୁ ବଜାୟ ରଖିବା ପାଇଁ ସେମାନଙ୍କ ଉଦ୍ୟମ ପ୍ରଶଂସନୀୟ। ଏଥି ପାଇଁ ସେ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ପ୍ରଶଂସା କରିଛନ୍ତି।

୧୯୯୩ରୁ ମିରାଣ୍ଡା ହାଉସ କଲେଜରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଭାବେ କ୍ୟାରିଅର୍‌ ଆରମ୍ଭ କରି କଲେଜର ଅଧ୍ୟକ୍ଷା ଭାବେ ବିଜୟଲକ୍ଷ୍ମୀ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ମିରାଣ୍ଡା ହାଉସ କଲେଜର ଆଲୁମ୍‌ନି ତାଲିକାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ, ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ଅଭିନେତ୍ରୀ ମଲ୍ଲିକା ଶେରାୱତ, ନୃତ୍ୟାଙ୍ଗନା ଶୋଭନା ନାରାୟଣ, ପ୍ରସିଦ୍ଧ ଲେଖିକା ଅନିତା ମଜମୁଦାର ଦେଶାଇ ଭଳି ବହୁ ପ୍ରଖ୍ୟାତ ବ୍ୟକ୍ତିତ୍ବଙ୍କ ନାମ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ