ଦେଶ ବିଦେଶ ମନୋରଞ୍ଜନ

ମିରଟ୍‌ର ଔଘଡ଼ନାଥ ମନ୍ଦିରରେ ପୂଜା କରି ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ମିରଟରେ ଥିବା ଔଘଡ଼ନାଥ ମନ୍ଦିରରେ ପୂଜାପ୍ରାର୍ଥନା କରିଛନ୍ତି। ତାଙ୍କ ସହ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ସହିଦ ସ୍ମାରକ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତା’ପରେ ପ୍ରଧାନମନ୍ତ୍ରୀ ମିରଟ୍‌ସ୍ଥିତ ସହିଦ ସ୍ମାରକରେ ଥିବା ‘ସରକାରୀ ସ୍ବାଧୀନତା ସଂଗ୍ରାମ ଯାଦୁଘର’ ମଧ୍ୟ ପରିଦର୍ଶନ କରିଛନ୍ତି।

ସୂଚନାଯୋଗ୍ୟ, ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମିରଟ୍‌ରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତି ଅନୁସାରେ, ମିରଟ୍‌ରେ ଥିବା ସରଧନା ନଗରୀ ଅନ୍ତର୍ଗତ ସାଲାୱା ଓ କୈଲି ଗ୍ରାମରେ ଉପରୋକ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ। ସେଥିପାଇଁ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।


ମିରଟ୍‌ରେ ‘ମେଜର୍‌ ଧ୍ୟାନଚାନ୍ଦ ସ୍ପୋର୍ଟସ୍‌ ୟୁନିଭର୍ସିଟି’ ସ୍ଥାପନା ତାଙ୍କ ଲକ୍ଷ୍ୟ ହାସଲ ଦିଗରେ ଗୋଟାଏ ପ୍ରମୁଖ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।

ଉକ୍ତ ବିଶ୍ବବିଦ୍ୟାଳୟରେ କୃତ୍ରିମ ହକି ପଡ଼ିଆ, ଫୁଟ୍‌ବଲ୍‌ ପଡ଼ିଆ, ବାସ୍କେଟ୍‌ ବଲ୍‌, ଭଲିବଲ୍‌, ହ୍ୟାଣ୍ଡ୍‌ବଲ୍‌, କବାଡ଼ି ପଡ଼ିଆ, ଲନ୍‌ ଟେନିସ୍ କ‌ୋର୍ଟ, ଜିମ୍‌ନାସିୟମ୍‌ ହଲ୍‌, କୃତ୍ରିମ ଦୌଡ଼ ଷ୍ଟାଡିୟମ୍‌, ସୁଇମିଙ୍ଗ୍‌ ପୁଲ୍‌, ମଲ୍‌ଟିପର୍ପୋଜ୍‌ ହଲ୍‌ ଏବଂ ସାଇକ୍ଲିଙ୍ଗ୍‌ ଭେଲୋଡ୍ରମ୍‌ ଭଳି ଆଧୁନିକ ଏବଂ ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

ଏହା ବ୍ୟତିରେକେ, ସେଥିରେ ସୁଟିଙ୍ଗ୍, ସ୍କ୍ବାସ୍‌, ଜିମ୍‌ନାଷ୍ଟିକ୍ସ, ୱେଟ୍‌ଲିଫ୍‌ଟିଙ୍ଗ୍, ଆର୍ଚେରି, କ୍ୟାନୋଇଙ୍ଗ୍‌ ଏବଂ କାୟାକିଙ୍ଗ୍‌ ଆଦି ପ୍ରଶିକ୍ଷଣ ସୁବିଧା ମଧ୍ୟ ରହିବ। ସେଠାରେ ୫୪୦ ଜଣ ମହିଳାଙ୍କ ସମେତ ୧୦୮୦ କ୍ରୀଡ଼ାବିତ୍‌ଙ୍କ ତାଲିମ ପାଇଁ ବ୍ୟବସ୍ଥା ରହିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ