ଅପରାଧ ରାଜ୍ୟ

ମିଥ୍ୟା ଏନ୍‌କାଉଣ୍ଟର ଘଟଣା, ୨୪ ଆନ୍ଦୋଳନାକାରୀଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି ୧୪।୧୧ : କୋରାପୁଟ ଜିଲ୍ଲା ମାଳିପଦର ମିଥ୍ୟା ଏନ୍‌କାଉଣ୍ଟର ଘଟଣା । ୨୪ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ସହାୟତା ଦାବିରେ ଆନ୍ଦୋଳନ କରୁଥିବା ଗାଁବାସୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

ଖବର ଅନୁଯାୟୀ, ରବିବାର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିବା ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହିତ ୨୪ ଜଣ ଆନ୍ଦୋଳନକାରିଙ୍କୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଗିରଫ କରିଛି । ଏହା ସହିତ ସେମାନଙ୍କ ନାମରେ ଏତଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା ଶବ ଅପେକ୍ଷାରେ ପରିବାର ଲୋକେ ରହିଥିବା ବେଳେ , ସହାୟତା ଦାବିରେ ଗାଁ ଲୋକେ ରାଜପଥରେ ଆନ୍ଦୋଳନ ଜାରି ରଖିଛନ୍ତି । ସମାଧାନ ପାଇଁ ମାଲକାନଗିରି ପୋଲିସର ଏକ ଟିମ ଗାଁରେ ପହଁଚି ପରିବାର ତଥା ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି । ମୃତ ଧନ କମାର ପେଶାରେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସେ ମାଓବାଦୀ ନୁହନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବୈପାରିଗୁଡା ଠାରେ ପୋଲିସ ତାଙ୍କୁ ଗୁଳି କରି ହତ୍ୟା କରିବା ସହ ତାଙ୍କୁ ମାଓବାଦୀ ଆଖ୍ୟା ଦେଇଥିବା ଅଭିଯୋଗ ହୋଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।