ଦେଶ ବିଦେଶ ମନୋରଞ୍ଜନ

ମିଥୁନ୍‌ଙ୍କୁ ବିବାହ କରିବେ ପଲକ ମୁଚାଲ, ଆରମ୍ଭ ହେଲାଣି ପ୍ରସ୍ତୁତି

ମୁମ୍ଵାଇ ୨୮।୧୦: ବଲିଉଡ୍‌ରେ ପୁଣି ବାଜିବାକୁ ଯାଉଛି ଶାହାନାଇ । ଏଥର ଖୁସି ଖବର ଅଭିନୟ ଜଗତରୁ ନୁହେଁ ବରଂ ସଂଗୀତ ଜଗତରୁ ଆସିଛି। ଜଣାଶୁଣା ଗାୟିକା ପଲକ ମୁଚାଲ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ସ୍ଵପ୍ନର ରାଜକୁମାର ମିଜ୍ୟୁକ୍‌ କମ୍ପୋଜ୍‌ ମିଥୁନ । ଖବର ଅନୁଯାୟୀ, ଉଭୟଙ୍କ ବିବାହ ରୀତିନୀତି ୪ନଭେମ୍ବରରୁ ଆରମ୍ଭ ହେବ ଏବଂ ପଲକ-ମିଥୁନ ୬ନଭେମ୍ବରରେ ବିବାହ କରିବେ। ଉଭୟ ସିନେମା ଜଗତରେ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଗତ କିଛି ବର୍ଷ ଧରି ଦୁହେଁ ପରସ୍ପରକୁ ସିକ୍ରେଟ୍‌ ଡେଟ୍ କରୁଥିଲେ।

କହିବାକୁ ଗଲେ ହଳଦୀ, ସଂଗୀତ ଏବଂ ମେହେନ୍ଦୀର ସମସ୍ତ ରୀତିନୀତି ଅନୁଷ୍ଠିତ ହେବ। ପଲକ- ମିଥୁନ୍‌ ବିବାହରେ କେବଳ ସେମାନଙ୍କ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ସମ୍ପର୍କୀୟ ଯୋଗ ଦେବେ। ଉଭୟ ପରିବାରର ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ କୁହାଯାଉଛି କି ଦୁହିଁଙ୍କର ଆରେଞ୍ଜ ମ୍ୟାରେଜ୍‌ ହେଉଛି ।

ପଲକ ଏବଂ ମିଥୁନଙ୍କ ବିବାହ ବହୁତ ବଡ ଆକାରରେ ହେବାକୁ ଯାଉଛି। ଯେଉଁଥି ପାଇଁ ମୁମ୍ବାଇର ପାଇଭ୍‌ ଷ୍ଟାର ହୋଟେଲ ବୁକ୍ ହୋଇଛି। ଏହି ବିବାହରେ ଅନେକ ବଲିଉଡ ତାରକା ମଧ୍ୟ ଯୋଗଦେବେ। ଉଭୟଙ୍କ ବିବାହ ରିସେପସନ୍ ତିନି ଦିନ ଧରି ଚାଲିବ। ଏହି ବିବାହ ପାଇଁ ପ୍ରସ୍ତୁତି ବହୁତ ଜୋରସୋରରେ ଚାଲିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ