ଦେଶ ବିଦେଶ ମନୋରଞ୍ଜନ

ମିଡିଆ ଉପରେ ରାଗିଲେ କ୍ୟାଟ୍ରିନା, କହିଲେ-ପ୍ଲିଜ୍‌ କ୍ୟାମେରା ବନ୍ଦ କର

ମୁମ୍ଵାଇ ୧୯।୧୧: ବଲିଉଡ୍‌ ବିଉଟି କ୍ୟାଟ୍ରିନା କୈଫ୍‌।ତାଙ୍କର ମିଡିଆ କର୍ମୀଙ୍କ ସହ ଖଟା-ମିଠା ସମ୍ପର୍କ ସଭିଁଙ୍କୁ ଜଣା । ଘରୁ ବାହାରକୁ ବାହାରିଲେ ତାଙ୍କ ପଛରେ ପଡ଼ିଯାଏ ମିଡିଆ। ତାଙ୍କ କାର୍ଯ୍ୟକଳାପ ସଙ୍ଗେ ସଙ୍ଗେ ଗଣମାଧ୍ୟମକୁ ଚାଲିଆସେ । ଏବେ କ୍ୟାଟ୍ରିନା ମିଡିଆ କର୍ମୀଙ୍କ ଉପରେ ଟିକିଏ ଚିଡ଼ିଯାଇଛନ୍ତି । ଏକ ପାର୍କରେ କସରତ କରିବା ସମୟରେ ମିଡିଆ କର୍ମୀଙ୍କ ନଜର ତାଙ୍କ ଉପରେ ପଡିଯାଇଥିଲା। ସେମାନେ ତାଙ୍କର ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।

ଫଟୋଗ୍ରାଫର୍‌ମାନେ ତାଙ୍କର ଭିଡିଓ ଓ ଫଟୋ ଉଠାଇବା ଦେଖି କ୍ୟାଟ୍ରିନା ସେମାନଙ୍କୁ ବାରଣ କଲେ । କହିଲେ ଯେ ମୁଁ ଏଠିକି ବ୍ୟାୟାମ କରିବାକୁ ଆସିଛି। ଏଠି ମୋର ଫଟୋ ଓ ଭିଡିଓ ନେବା ଠିକ୍‌ ନୁହେଁ । ତାଙ୍କ ବାରଣକୁ କେହି ଖାତିର ନ କରି ଫଟୋ ଓ ଭିଡିଓ ପ୍ରସ୍ତୁତିରେ ବ୍ୟସ୍ତ ରହିଲେ । ଏହା ଦେଖି କ୍ୟାଟ୍‌ ସେମାନଙ୍କ ଉପରେ ବିରକ୍ତ ହୋଇଗଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

କ୍ୟାଟ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ସଲମାନ ଖାନ୍‌ ଓ ଇମ୍ରାନ ହାଶ୍‌ମି ଷ୍ଟାରର୍‌ ‘ଟାଇଗର୍‌-୩’ । ବିଜୟ ସେଥୁପଥିଙ୍କ ସହିତ ଶ୍ରୀରାମ ରାଘବନଙ୍କ ‘ମେରି କ୍ରୀସ୍‌ମାସ’ରେ ବି ସେ ନଜର ଆସିବେ । ଫରହାନ ଅଖତରଙ୍କ ‘ଜି ଲେ ଜରା’ରେ ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ । ସିଦ୍ଧାନ୍ତ ଚତୁର୍ବେଦୀ ଓ ଇଶାନ ଖଟ୍ଟରଙ୍କ ସହ ‘ଫୋନ୍‌ ଭୂତ୍‌’ରେ ଶେଷ ଥର ସେ ପରଦାରେ ନଜର ଆସିଥିଲେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ