ରାଜ୍ୟ ସ୍ପେଶାଲ ରିପୋର୍ଟ

ମିଛ ରାସ୍ତା, ମିଛ ଫଳକ ଘଟଣା: ମୁଖ୍ୟଶାସନ ସଚିବଙ୍କ ରିପୋର୍ଟ ତଲବ

ପାଳଲହଡ଼ା : ଯେମିତି ମାଟି ରାସ୍ତା ଥିଲା ସେମିତି ରହିଛି। କଂକ୍ରିଟ୍‌ ରାସ୍ତା ନିର୍ମାଣର ନାଁ ଗନ୍ଧ ନାହିଁ। କିନ୍ତୁ ଫଳକ ମାରି ବିଲ୍‌ ଉଠିଛି। ପାଳଲହଡ଼ା ଅଞ୍ଚଳରେ ‘ମିଛ ରାସ୍ତା, ମିଛ ଫଳକ’ ଶୀର୍ଷକ ଖବର ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତନାଘନା ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଭାଗବାଣ୍ଟି ଅନୁଦାନ ଅର୍ଥ ହେରଫେର କରିଥିବା‌ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି।

recommended by

RTBS OFFER

Used car sales, prices will surprise you

FIND OUT MORE

ମିଳିଥିବା ସୂଚନା ମୁତାବକ, ପାଳଲହଡ଼ାର ଦୁର୍ଗମ ପଞ୍ଚାୟତ ହେଉଛି ବରଡ଼ିହ। ଏହି ପଞ୍ଚାୟତର ଖଡ଼କା ଗାଁରୁ କୁମ୍ଭାରମାଟି ପର୍ଯ୍ୟନ୍ତ କୌଣସି କଂକ୍ରିଟ୍‌ ରାସ୍ତା ନିର୍ମାଣ ହୋଇନାହିଁ। କିନ୍ତୁ,ଏଠାରୁ ୪୦ କିମି ଦୂର ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ବର୍ଜ୍ୟବସ୍ତୁ ପରିଚାଳନା ଘର ଭିତର ପାର୍ଶ୍ବରେ ଏହି ନିର୍ମାଣ ସଂପର୍କରେ ସୂଚନା ଫଳକ ଲଗାଯାଇଥିଲା। ଏ ନେଇ ଖୋଳତାଡ଼ ହେବାପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ରାସ୍ତା ନିର୍ମାଣ ନହୋଇ ବି ପଞ୍ଚଦଶ ଅର୍ଥ କମିସନ ଅନୁଦାନରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇ ବିଲ୍‌ ହୋଇଯାଇଛି। ଅତି ଚତୁରତାର ସହ କାଗଜପତ୍ରରେ ଏହାକୁ ଦର୍ଶାଯାଇ ବିଲ୍‌ ଅର୍ଥ ପ୍ରଦାନ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ କେସ୍ ରେକର୍ଡ ନମ୍ବର ୩୦୩ରେ ଏହି ବିଲ୍ ଅର୍ଥ ଦିଆଯାଇଛି। ମିଛ ରାସ୍ତାର ମିଛ ଫଳକ ଲଗାଇ ଗତ ମାର୍ଚ୍ଚ ୨୪ ତାରିଖରେ ୯ ଲକ୍ଷ ୫୦ ହଜାର ୮୯୪ ଟଙ୍କା ହଡ଼ପ କରାଯାଇଛି। ତେବେ ଏହି ବଡ଼ଧରଣର ହେରଫେର୍ ପଛରେ କେଉଁମାନଙ୍କର ହାତ ଅଛି, ସେ ନେଇ ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି ‌ହୋଇଛି।

ସେପାଖେ ଏ‌ ସମ୍ପର୍କିତ ବିସ୍ତୃତ ଖବର ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇବା ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ୭ଦିନ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଅନୁଗୁଳ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।