ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା କଥା: ମା’ଙ୍କ ପ୍ରତ୍ୟାବର୍ତ୍ତନରେ ସାମିଲ ହୁଅନ୍ତି ହଜାର ହଜାର ମାନସିକ ଘଟଧାରୀ

ବ୍ରହ୍ମପୁର : ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ରହିଛି ବହୁ ପରମ୍ପରା ଓ କିଂବଦନ୍ତି। ଯାତ୍ରା ଅବଧି ଶେଷ ହେବା ପରେ ମା’ ମେଲାଣି ନେଇଥା’ନ୍ତି। ମା’ଙ୍କୁ ମେଲାଣି ଦେବା ବେଳେ ସାଂଗରେ ଶହ ଶହ ମାନସିକ ଘଟ ଆସି ନିଜସ୍ବ ମନ୍ଦିରରେ ଏକତ୍ରିତ ହୁଅନ୍ତି। ଏହି ଘଟ ପ୍ରସ୍ତୁତି ପ୍ରକ୍ରିୟା ଯେଉଁ ବର୍ଷ ଯାତ୍ରା ହେବାର ଥାଏ, ଏବଂ ଦିନ ଧାର୍ଯ୍ୟ କରାଯାଇଥାଏ, ତାହାର ଦୁଇ କିମ୍ବା ତିନି ମାସ ପୂର୍ବରୁ ମାନସିକ ଘଟ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ ହୋଇଥାଏ।

ବିଜ୍ଞାନ ଯୁଗରେ ଆଜି ବି ମନୁଷ୍ୟ ଭଗବତ୍‌ ବିଶ୍ବାସୀ। ମା’ଙ୍କ ଯାତ୍ରା ସମୟରେ ଏହାର ପ୍ରମାଣ ଦେଖିବାକୁ ମିଳୁଛି। ଧନୀ, ଗରିବ ସମସ୍ତେ ମା’ଙ୍କ ନିକଟରେ ନିଜକୁ ସମର୍ପିତ କରି ମନସ୍କାମନା ପୂରଣ ପାଇଁ ପୂଜା କରିଥା’ନ୍ତି। ନିଜ ମାନସିକ ପୂରଣ କରିବା ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିଥା’ନ୍ତି। ଯେଉଁମାନେ ମାନସିକ ଘଟ ବହନ କରିବାକୁ ମାନସିକ କରନ୍ତି, ସେମାନେ ମା’ ବାପା ଘରେ ଥିବା ପର୍ଯ୍ୟନ୍ତ ନୀତିନିଷ୍ଠାର ସହ ରହି ଉଦ୍‌ଯାପନୀ ଦିବସରେ ଉପବାସ କରି ମା’ଙ୍କ ମୁଖ୍ୟ ଘଟ ସହ ସାମିଲ ହୋଇ ମନ୍ଦିରରେ ଘଟ ବିସର୍ଜନ ହେବା ପରେ ବ୍ରତ ଭାଙ୍ଗିବା ବିଧି ରହିଛି। ପ୍ରତି ଯାତ୍ରାରେ ମାନସିକ ଘଟଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ମା’ଙ୍କ ମେଲାଣି ବେଳେ ୪୦ରୁ ୫୦ହଜାର ମାନସିକ ଘଟ ଆସୁଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି।

ମାନସିକ ଘଟ ପ୍ରସ୍ତୁତିର ସ୍ବତନ୍ତ୍ର ବିଧି ରହିଛି। ଘଟର ଆବଶ୍ୟକତାକୁ ଦେଖି ଘଟ ପ୍ରସ୍ତୁତ କର୍ତ୍ତା(ଠାକୁରାଣୀ ମନ୍ଦିରର ପୂଜକ) ମାଟିରେ ନିର୍ମିତ ହାଣ୍ଡିକୁ କ୍ଷୀର କିମ୍ବା ପଞ୍ଚାମୃତରେ ଶୁଦ୍ଧି କରିବା ପରେ ସେଥିରେ ଚୂନ ଲେପନ କରାଯାଇଥାଏ। ଏହି କାର୍ଯ୍ୟ ସମାପନ ହେବା ପରେ ଘଟକୁ ବିଭିନ୍ନ ରଂଗରେ ସଜ୍ଜିତ କରାଯାଇଥାଏ। ଉକ୍ତ ଘଟକୁ ମାନସିକ ଘଟଧାରୀଙ୍କୁ ପ୍ରଦାନ କରିବା ସମୟରେ ଏହାର ପୂଜାବିଧି ସଂପର୍କରେ କୁହାଯାଇଥାଏ। ଏହି ମାଟି ହାଣ୍ଡିକୁ ଚିକରଡ଼ା ଗ୍ରାମର କୁମ୍ଭକାରମାନଙ୍କ ଠାରୁ ସଂଗ୍ରହ କରାଯାଇଥାଏ। ମାଟି ହାଣ୍ତିକୁ ଶୁଦ୍ଧି କରିବା ପରେ ସେଥିରେ ବିଭିନ୍ନ ପୂଜା ସାମଗ୍ରୀ ସହ ନିମ ଡାଳ ଏବ˚ ମୁକୁଟ ରଖି ପୂଜାର୍ଚ୍ଚନା କରାଯାଇଥାଏ।

ଘଟପ୍ରସ୍ତୁତ କର୍ତ୍ତା ଭାଗ୍ୟ ଗନ୍ତାୟତଙ୍କ କହିବାନୁଯାୟୀ, ବାପା ଗୋସେଇଁ ବାପାଙ୍କ ଅମଳରୁ ଘଟ ପ୍ରସ୍ତୁତ କରି ଆସୁଥିବା କହିଛନ୍ତି। ପୂର୍ବାପେକ୍ଷା ଚଳିତବର୍ଷ ଅଧିକ ଘଟର ଆବଶ୍ୟକତା ରହିଛି। ମାନସିକ ବ୍ରତଧାରୀଙ୍କ ସ˚ଖ୍ୟା ବଢ଼ିବା ସାଙ୍ଗକୁ ମାଟିରେ ନିର୍ମିତ ଘଟ ସେହି ଅନୁସାରେ ମିଳୁ ନାହିଁ। ମାଟି ଘଟ ନ ମିଳିଲେ ନୂତନ କ˚ସା ଓ ପିତଳ ଢାଳରେ ଘଟ ପୂଜା କରାଯାଉଥିବା ସୂଚନା ଦେଇଛନ୍ତି। ମାଟି ଘଟ ସହ ହଜାର ହଜାର ସ˚ଖ୍ୟାରେ ପିତଳ ଓ କ˚ସାର ଘଟ ମଧୢ ମା’ଙ୍କ ଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।