କଳା ଓ ସଂସ୍କୃତି ଦେଶ ବିଦେଶ

ମା’ ବାହାଘର ସମାରୋହକୁ ନେବାକୁ ମନାକରିବାରୁ ବେକରେ ଫାସି ଲଗାଇ ଝୁଲି ପଡିଲା ୮ ବର୍ଷର ଶିଶୁ

ମୁଜାଫରନଗର ୨୬/୧୧ : ସାଧାରଣତଃ ବାପା-ମା ପିଲାଙ୍କ ସବୁ ଜିଦ ପୁରା କରିଥାନ୍ତି। ପିଲାଙ୍କ ଜିଦ ପୁରା କରିବାକୁ ବେଳେବେଳେ ବାପା-ମା’ଙ୍କୁ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ। କିନ୍ତୁ ପିଲାଙ୍କ ସବୁ ଜିଦ ପୁରା କରିବା ମଧ୍ୟ ଠିକ ନୁହେଁ। ପିଲାଙ୍କ ଜିଦ ପୁରା କରିବା ବେଳେବେଳେ ବାପା-ମା’ଙ୍କ ପାଇଁ ବହୁତ ମହଙ୍ଗା ପ୍ରମାଣିତ ହୋଇଥାଏ। ପିଲା ବେଳେବେଳେ ଜିଦର ବଶବର୍ତ୍ତୀ ହୋଇ ଭୁଲ ପଦକ୍ଷେପ ନେଇଥାନ୍ତି | ଉତ୍ତର ପ୍ରଦେଶରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି।ଜଣେ ୮ ବର୍ଷର ଶିଶୁ ପଙ୍ଖାରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଉତ୍ତର ପ୍ରଦେଶ ମୁଜାଫରନଗରରେ ବୁଧବାର ଦିନ ଘଟିଛି ଏହିଭଳି ଏକ ହୃଦୟ ବିଦାରକ ଘଟଣା। ଶିଶୁକୁ ତାଙ୍କ ମା ବାହାଘର ସମାରୋହକୁ ନ ନେବାରୁ ସେ ଆତ୍ମହତ୍ୟା କରିଛି। ଚରଥୱାଲ ଥାନା ଅନ୍ତର୍ଗତ ନିର୍ଧନ ଗାଁରେ ଘଟିଛି ଏହି ଘଟଣା। ଷ୍ଟେସନ ହାଉସ ଅଫିସର ଧର୍ମେନ୍ଦ୍ର ସିଂହଙ୍କ କହିବାନୁଯାୟୀ, ଘଟଣା ସମ୍ପର୍କରେ ସୁହଂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଜଘରଲୋକ ଶିଶୁର ମୃତଦେହକୁ ପୋତି ସାରିଥିଲେ।

ଘର ଲୋକ ପୋଲିସକୁ କହିଛନ୍ତି ଯେ ଶିଶୁଟି ବାହାଘର ସମାରୋହକୁ ଯିବାକୁ ନିଜ ମା’ ପାଖରେ ଜିଦ କରିଥିଲା। ବାହାଘର ସମାରୋହ ପାୱତି ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଥିଲା। କିନ୍ତୁ ମହିଳା ଜଣକ ଝିଅକୁ ନ ନେଇ ପୁଅକୁ ନେଇଯାଇଥିଲେ। ଫଳରେ ଶିଶୁଟି ଅନ୍ତ୍ୟନ୍ତ ମନଦୁଃଖ କରି ଏହିଭଳି ଏକ ପଦକ୍ଷେପ ଉଠାଇଥିଲା।

ଗ୍ରାମବାସୀଙ୍କ କହିବାନୁଯାୟୀ, ଶିଶୁଟି ଘରର କବାଟ ଭିତରପଟୁ ବନ୍ଦ କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଘରଲୋକ ବାହାଘରରୁ ଫେରିବା ପରେ ଘରର କବାଟ ଭିତରପଟୁ ବନ୍ଦ ଥିଲା। ଯେତେ ଡାକିଲା ପରେ ବି କେହି କବାଟ ନ ଖୋଲିବାରୁ ଘରଲୋକ କିଛି ଗ୍ରାମବାସୀଙ୍କ ସାହାଯ୍ୟରେ କବାଟକୁ ଧକ୍କା ମାରି ଭାଙ୍ଗିଥିଲେ। କବାଟ ଖୋଲିବା ପରେ ଘରଲୋକ ଓ ଗ୍ରାମବାସୀ ଯାହା ଦେଖିଲେ ଚକିତ ହୋଇଗଲେ। କବାଟ ଖୋଲିଲାବେଳେ ଝିଅର ମୃତଦେହ ପଙ୍ଖାରେ ଝୁଲୁଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,