ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ତାରିଣୀଙ୍କ ଚଇତି ପର୍ବ ପାଇଁ ପ୍ରସ୍ତୁତି: ଆସିଲେନି ବହୁ ଅଧିକାରୀ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ତି ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଧାସଳଖ ଉପସ୍ଥିତ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା। ସେହିପରି ମତାମତ ମାଗିଲେ ମାତ୍ର ଉତ୍ତର ଦେବା ପରିବର୍ତ୍ତେ ଆର୍‌ଟିଆଇରେ ମାଗିଲେ ମିଳିବ ବୋଲି କୁହାଯାଇଥିଲା। ଏହାକୁ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।
ଆଜିର ପ୍ରସ୍ତୁତି ବୈଠକରେ ୪ଜଣ ପ୍ରମୁଖ ପ୍ରଶାସନିକ ଅଧିକାରୀ ଅନୁପସ୍ଥିତ ରହିଥିଲେ। ଘଟଗାଁ ଏସ୍‌ଡିପିଓ, ତହସିଲଦାର, ଥାନା ଅଧିକାରୀ ଓ ବିଡିଓ ବୈଠକକୁ ଆସିନଥିବା ଜଣାପଡ଼ିଛି। ସେହିପରି କେତକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକରେ ଯୋଗଦେବାପାଇଁ ଚିଠି କରାଯାଇ ନଥିବା ଜଣାପଡ଼ିଛି। ବୈଠକରେ ଗାୟତ୍ରୀ ପରିବାରର ମୁଖ୍ୟ ଜଗବନ୍ଧୁ ସା ଗତବର୍ଷ ଚଇତି ପର୍ବର ଆୟବ୍ୟୟ ସମ୍ପର୍କରେ ସଂକ୍ଷେପରେ ଜାଣିବାକୁ ଚାହିଁଥିଲେ। କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଇଥିଲେ। ଆର୍‌ଟିଆଇରେ ମାଗିଲେ ମିଳି ବୋଲି ଡିଆଇ ଦକ୍ଷିଣ କୁମାର ମାରାଣ୍ତି କହିଥିଲେ। ବୈଠକରେ ପାନୀୟଜଳ ବଣ୍ଟନକୁ କିପରି ସୂଚାରୁ ରୂପେ ତୁଲାଯିବ ସେ ସମ୍ପର୍କରେ ପ୍ରଗତି ଅନୁଷ୍ଠାନର ଖଗେଶ୍ବର ରାଉତ ମତାମତ ରଖିଥିଲେ। ଅଗ୍ନିଶମ ସଂସ୍ଥାର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ତା ସେମାନଙ୍କୁ ସେବାଦେବା ପାଇଁ ଦୁଆରଶୁଣୀ ମନ୍ଦିର ନିକଟରେ ଏକ ଅସ୍ଥାୟୀ ଗୃହ ଯୋଗାଇଦେବାକୁ ବୈଠକରେ ଜଣାଇଥିଲେ।

ଚଇତି ପର୍ବ ପାଇଁ କେବଳ ପାଲା ଓ ପ୍ରବଚନ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯୋଗାଯୋଗ ଚାଲିଛି ବୋଲି କୁହାଯାଇଛି। ବୈଠକକୁ ପ୍ରାୟ ୧୦୦ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ ହାତଗଣତି କିଛି ଲୋକ ଆସିଥିଲେ। ବୈଠକରେ ଡିଆଇ ଦକ୍ଷିଣ କୁମାର ମାରାଣ୍ତି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ଅବକାରୀ ଥାନା ଅଧିକାରୀ ସ୍ବାଭିମାନ ବଡ଼ଜେନା, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ଅଧିକାରୀ ଦେବବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।