ରାଜ୍ୟ ସ୍ପେଶାଲ ରିପୋର୍ଟ

ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ

ଚନ୍ଦ୍ରଶେଖରପୁର: ଚଳିତବର୍ଷ ମଧ୍ୟ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଓନର୍ସ ଆସୋସିଏସନ୍ ପକ୍ଷରୁ ନିଆରା ଢଙ୍ଗରେ ମା’ଙ୍କ ଆବାହନ କରାଯିବ। ୨୦୦୮ ମସିହାଠାରୁ ଆସୋସିଏନ୍ ପକ୍ଷରୁ ମା’ଙ୍କ ପୂଜା କରାଯାଉଛି। ସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ଓ ମଣ୍ଡପର ପୀଠ ଦେବୀ ପ୍ରତିଦିନ ପୂଜା ପାଆନ୍ତି। ହିନ୍ଦୁ, ମୁସ୍‌ଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମର ଲୋକେ ମିଳିତ ଭାବେ ଏହି ମଣ୍ଡପରେ ପୂଜା କରିଥାନ୍ତି। ତେଣୁ ତିନି ଧର୍ମର ଧାର୍ମିକ ସଙ୍କେତରେ ଏଥର ତୋରଣ ନିର୍ମାଣ କରାଯାଉଛି। କେନ୍ଦ୍ରାପଡ଼ାର ମୂର୍ତ୍ତି କାରିଗର ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ ଶିଳ୍ପୀମାନେ ୧୪ଫୁଟ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ତିଆରି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ମୂର୍ତ୍ତି ଅଧାରୁ ଅଧିକ ନିର୍ମାଣ ଶେଷ ହୋଇଗଲାଣି।

ହାତରେ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାରୁ କାରିଗରମାନେ ଦିନରାତି ଏକ କରି ମୂର୍ତ୍ତି ତିଆରି କରୁଛନ୍ତି। ମୂର୍ତ୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର କରାଯିବ ନାହିଁ। କେବଳ ପ୍ରାକୃତିକ ରଙ୍ଗର ବ୍ୟବହାର ହେବ। ପୂଜାମଣ୍ଡପରେ କୌଣସି ପ୍ଲାଷ୍ଟିକ ଜିନିଷ ବ୍ୟବହାର କରାଯିବ ନାହିଁ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପାଖରେ ରୀତିନୀତି ଅନୁଯାୟୀ ପୂଜାପାଠ ହେବ। ଷଷ୍ଠୀରେ ବିଲ୍ୱବରଣ ପରେ ସପ୍ତମୀରେ ମା’ଙ୍କର ଚକ୍ଷୁଦାନ, ଅଷ୍ଟମୀରେ ମା’ଙ୍କ ନିକଟରେ ବିଧି ଅନୁସାରେ ପୂଜାର୍ଚ୍ଚନା କରାଯିବ। ପ୍ରତିଦିନ ମା’ଙ୍କ ପାଖରେ ଚରୁ ଅନ୍ନ ଭୋଗ ଲାଗି ହେବ। ନବମୀରେ ୨୧ଜଣ କୁମାରୀଙ୍କ ପୂଜା ବିଶେଷ ଆକର୍ଷଣ ସାଜିବ। ଅଷ୍ଟମୀ ଓ ନବମୀରେ ଲଡ଼ୁ ଭୋଗକୁ ଘରେ ଘରେ ବଣ୍ଟାଯିବ। ସୁରକ୍ଷାକୁ କଡ଼ାକଡ଼ି କରିବାକୁ ପ୍ରଶାସନର ସହଯୋଗ ନିଆଯାଇଛି। ପୂଜା ପାଇଁ କମିଟି ପକ୍ଷରୁ ସେଭଳି କୌଣସି ସ୍ୱତନ୍ତ୍ର ବଜେଟ୍‌ର ବ୍ୟୟବରାଦ ହୋଇନି। ଆସୋସିଏସନ୍‌ର ସମସ୍ତ ସଭ୍ୟସଭ୍ୟା ତଥା ଶ୍ରଦ୍ଧାଳୁଙ୍କ ସ୍ୱତଃପ୍ରବୃତ୍ତ ଆର୍ଥିକ ଅନୁଦାନରେ ପୂଜା କରାଯିବ। ଚଳିତ ବର୍ଷ ପ୍ରତ୍ୟେକ ଘରେ ଶ୍ରୀଜଗନ୍ନାଥଙ୍କ ଫେଣି ଭୋଗ ବଣ୍ଟନ କରାଯିବା ସହ ଦିନ ଓ ରାତିରେ ଭକ୍ତମାନଙ୍କ ନିମନ୍ତେ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହେବନି
ସବୁବର୍ଷ ନିଆରା ଢଙ୍ଗରେ ଏଠାରେ ପୂଜାପାଠ କରାଯାଏ। ଏଥର ମଧ୍ୟ ପୂଜା ମଣ୍ଡପରେ କୌଣସି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ହେବ ନାହିଁ। ମା’ଙ୍କ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର ନିଷେଧ ହୋଇଛି। ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ମଣ୍ଡପରେ ମା’ଙ୍କ ସମସ୍ତ ପୂଜା କାର୍ଯ୍ୟ ସଂପନ୍ନ କରାଯିବ।
ଦାମୋଦର ପ୍ରଧାନୀ, ସଭାପତି

ଘିଅ ଦୀପ ଜାଳିବା ପାଇଁ ନିବେଦନ
ପ୍ରତିବର୍ଷ ପରି ଚଳିତବର୍ଷ ସର୍ବଧର୍ମ ସମନ୍ୱୟକୁ ନେଇ ତୋରଣ ପ୍ରସ୍ତୁତ କରାଯାଉଛି। ପୂଜାମଣ୍ଡପ ଓ ଚତୁଃପାର୍ଶ୍ବରେ ଷଷ୍ଠୀରୁ ଦ‌ଶମୀ ପର୍ଯ୍ୟନ୍ତ ସଫେଇ କରାଯିବା ସହ ବିଶୋଧନ କରାଯିବ। ୫ଦିନ ପର୍ଯ୍ୟନ୍ତ ପ୍ରତି ଘର ସମ୍ମୁଖରେ ଏକ ପୂର୍ଣ୍ଣ କଳସ ବସାଇବା ସହିତ ଘିଅ ଦୀପ ଜାଳିବା ପାଇଁ ଆସୋସିଏସନ୍ ପକ୍ଷରୁ ସମସ୍ତ ଭକ୍ତଙ୍କୁ ନିବେଦନ କରାଯାଇଛି। କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ।
ସରୋଜକାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।