ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମାସ୍କରୁ ମୁକ୍ତି ପାଇବେ ମହାରାଷ୍ଟ୍ର ବାସୀ ! ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କ’ଣ କହିଲେ ଜାଣନ୍ତୁ…

ମୁମ୍ବାଇ ୧୧/୦୨: କରୋନାର ତୃତୀୟ ଲହର ପ୍ରକୋପ ସାରା ଦେଶରେ ଧୀରେ ଧୀରେ କମିବାରେ ଲାଗିଲାଣି । ଦେଶର ଅନେକ ସ୍ଥାନରେ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଲାଣି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ଲୋକଙ୍କୁ ମାସ୍କ ନ ପିନ୍ଧିବାକୁ ଅନୁମତି ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା ।

କିନ୍ତୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ମହାରାଷ୍ଟ୍ରକୁ ମାସ୍କ ମୁକ୍ତ କରିବା ନେଇ କ୍ୟାବିନେଟ ବୈଠକରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ କରୋନା ଶେଷ ନହେବା ପର୍ଯ୍ୟନ୍ତ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପଡିବ ।

ଶୁକ୍ରବାର ଦିନ ଯେତେବେଳେ ଅଜିତ ପାୱାରଙ୍କୁ ମାସ୍କ ନ ପିନ୍ଧିବା ଛାଡ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏହାକୁ ଖଣ୍ଡନ କରିଥିଲେ । ଏଥିସହିତ ସେ କହିଛନ୍ତି ଯେ ଯେତେବେଳେ ବି କ୍ୟାବିନେଟ ବୈଠକ ହୁଏ, ସେତେବେଳେ କିଛି ଗଣମାଧ୍ୟମ ଲୋକ ମାସ୍କ ଫ୍ରି ଖବର ପ୍ରାଚର କରନ୍ତି, କିନ୍ତୁ ବାସ୍ତବରେ ସେପରି ନକରିବାକୁ ଅନୁରୋଧ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ