ଦେଶ ବିଦେଶ

‘ମାଳଦ୍ୱୀପର ଲୋକମାନେ ଦୁଃଖିତ’: ଭାରତ ସହ ବିବାଦ ପ୍ରସଙ୍ଗରେ କହିଲେ ପୂର୍ବତନ ରାଷ୍ଟ୍ରପତି ନାସିଦ

ନୂଆଦିଲ୍ଲୀ: ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ ଭାରତ-ମାଳଦ୍ବୀପ ସଂପର୍କ ତିକ୍ତ ହେବାନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଶେଷ କରି ମାଳଦ୍ବୀପର ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ଏହାର ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭାବକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ବର୍ତ୍ତମାନ ଭାରତ ଗସ୍ତରେ ଥିବା ନାସିଦ ମଧ୍ୟ ମାଳଦ୍ୱୀପବାସୀଙ୍କ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଚୀନ୍ ସମର୍ଥକ କୁହାଯାଉଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ମାର୍ଚ୍ଚ ୧୦ ସୁଦ୍ଧା ଦେଶରୁ ଭାରତୀୟ ସୈନ୍ୟଙ୍କୁ ବହିଷ୍କାର କରିବାକୁ ଘୋଷଣା କରିବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ କୂଟନୈତିକ ତିକ୍ତତା ଆହୁରି ନିମ୍ନସ୍ତରକୁ ଖସି ଆସିଛି। ଏହା ମାଳଦ୍ୱୀପ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି।

ନାସିଦ କହିଛନ୍ତି, ଏହା ମାଳଦ୍ୱୀପକୁ ପ୍ରଭାବିତ କରିଛି ଏବଂ ଏହାକୁ ନେଇ ମୁଁ ବହୁତ ଚିନ୍ତିତ। ମାଳଦ୍ୱୀପର ଲୋକମାନେ ମଧ୍ୟ ଏଥିପାଇଁ ଦୁଃଖିତ। ଆମେ ଚାହୁଁଛୁ, ଭାରତୀୟ ଲୋକମାନେ ମାଳଦ୍ୱୀପକୁ ଛୁଟି କାଟିବାକୁ ଆସନ୍ତୁ ଏବଂ ଆମର ଆତିଥ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ନାସିଦ କହିଛନ୍ତି। ଏଭଳି ମାମଲାର ମୁକାବିଲାରେ ଭାରତର ଐତିହାସିକ ଦାୟିତ୍ବସମ୍ପନ୍ନ ଆଭିମୁଖ୍ୟକୁ ସ୍ୱୀକାର କରି ନାସିଦ କହିଛନ୍ତି ଯେ ଚାପ ପକାଇବା ପରିବର୍ତ୍ତେ ଭାରତ ପ୍ରଥମେ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା।

ନିକଟରେ ମାଳଦ୍ୱୀପ ଓ ଚୀନ୍ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ନାସିଦ୍ ଏହାକୁ ପ୍ରତିରକ୍ଷା ଚୁକ୍ତି ନୁହେଁ ବରଂ କିଛି ଉପକରଣ କ୍ରୟ ବୋଲି କହିଛନ୍ତି। ‘ମୁଁ ଭାବୁଛି ଯେ ମୁଇଜ୍ଜୁ କିଛି ଉପକରଣ କିଣିବାକୁ ଚାହୁଁଥିଲେ, ମୁଖ୍ୟତଃ ରବର ବୁଲେଟ୍ ଓ ଲୁହବୁହା ଗ୍ୟାସ। କିନ୍ତୁ ଶାସନ ବନ୍ଧୁକର ବ୍ୟାରେଲ ମାଧ୍ୟମରେ ହୁଏ ନାହିଁ’ ବୋଲି ସେ କହିଛନ୍ତି। ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ ଏବଂ କୂଟନୈତିକ ଉପାୟରେ ବିବାଦର ସମାଧାନ କରିବାକୁ ସେ ଆଶାବାଦୀ ଅଛନ୍ତି। ରାଷ୍ଟ୍ରପତି ମୁଇଜ୍ଜୁ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଭାରତ ଗସ୍ତ ନ କରି ତୁର୍କୀ ଓ ପରେ ଚୀନ୍ ଗସ୍ତ କରିବାକୁ ପସନ୍ଦ କରି ପ୍ରତିଷ୍ଠିତ ପରମ୍ପରାକୁ ଭାଙ୍ଗିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ