ଖେଳ

ମାଳଦ୍ବୀପରେ ଅଟକିବେ ଅଷ୍ଟ୍ରେଲିଆ ଖେଳାଳି

କରୋନାର ଭୟଙ୍କର ସୁନାମି ଲହର ପାଇଁ ଭାରତରୁ ସିଧା ବିମାନସେବାକୁ ବାତିଲ କରିବା ସହ ନିକଟରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ନାଗରିକଙ୍କ ସ୍ବଦେଶ ପ୍ରବେଶ ଉପରେ ସଂପୂର୍ଣ୍ଣ ବାସନ୍ଦାଦେଶ ଜାରି କରିଛନ୍ତି ଅଷ୍ଟ୍ରେଲିଆ ସରକାର। ସେଥିପାଇଁ ଏବର୍ଷର ଆଇପିଏଲ୍‌ରେ ସାମିଲ ଥିବା ଅଷ୍ଟ୍ରେଲୀୟ କ୍ରିକେଟର, ଭାଷ୍ୟକାର, ସହାକାରୀ ଅଧିକାରୀ, ବୈଷୟିକ ବିଶେଷଜ୍ଞ ନିଜ ଦେଶକୁ ଯିବା ପୂର୍ବରୁ ମାଳଦ୍ବୀପରେ କିଛି ଦିନ ଅଟକିବେ। ସେଠାରେ ସେମାନେ ସଙ୍ଗରୋଧରେ ରହିପାରନ୍ତି।

ଗ୍ଲେନ୍ ମ୍ୟାକ୍ସୱେଲ୍, ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ରିକି ପଣ୍ଟିଂ, ସାଇମନ୍ କାଟିଚ୍ (ପ୍ରଶିକ୍ଷକ), ମାଇକେଲ୍ ସ୍ଲେଟର (ଭାଷ୍ୟକାର)ଙ୍କ ଭଳି ଅଷ୍ଟ୍ରେଲୀୟ ନିଜ ଦେଶ ଭିତରକୁ ଏବେ ପ୍ରବେଶ କରି ପାରିବେନାହିଁ। ଏଣୁ ସେମାନଙ୍କ ରହିବା ପାଇଁ ବିସିସିଆଇ ମାଳଦ୍ବୀପରେ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ସେପଟେ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଅଷ୍ଟ୍ରେଲିଆ କ୍ରିକେଟର୍‌ ସଂଘ ବିଜ୍ଞପ୍ତି ଜାରି କରି ବିସିସିଆଇକୁ ସମବେଦନା ଜ୍ଞାପନ କରିଛନ୍ତି। ସେହିଭଳି କିଭଳି ଓ କେଉଁ ପରିସ୍ଥିତିରେ ବିସିସିଆଇ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲା, ତାହା ବୁଝି ପାରୁଛନ୍ତି ବୋଲି କହିଛନ୍ତି। ଉଭୟ କହିଛନ୍ତି ‘‘ବିସିସିଆଇ ସହ ଆମେ ସିଧା ସଂପର୍କରେ ଅଛୁ। ବିସିସିଆଇ ଆମ ଖେଳାଳି, ପ୍ରଶିକ୍ଷକ, ଅଧିକାରୀ, ବୈଷୟିକ ବିଶେଷଜ୍ଞଙ୍କ ସୁରକ୍ଷା ଲାଗି ସବୁ ପ୍ରକାର ପ୍ରଚେଷ୍ଟା କରିବ ବୋଲି ଆମର ଆଶା ଓ ବିଶ୍ବାସ ରହିଛି।’’

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ