ଦେଶ ବିଦେଶ ସ୍ୱାସ୍ଥ୍ୟ

ମାର୍ଚ ୩୧ରୁ ଉଠିଯିବ କୋଭିଡ୍‌ କଟକଣା, କିନ୍ତୁ ପୂର୍ବ ପରି ରହିବ ମାସ୍କ୍‌ ପିନ୍ଧା: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ସମସ୍ତ କୋଭିଡ୍‌ କଟକଣା ମାର୍ଚ ୩୧ ତାରିଖରୁ ଉଠାଇ ଦିଆଯିବ କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ ପରିଧାନ ପୂର୍ବ ଭଳି ଚାଲୁ ରହିବ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

ଆଜି ଗୃହ ମନ୍ତ୍ରାଳୟ କହିଛି ଯେ, କୋଭିଡ୍‌-ସୁରକ୍ଷା କଟକଣା ନିମନ୍ତେ ଆଉ ‘ବିପର୍ଯ୍ୟୟ ପରିଚାଳନା ଆଇନ’ ଲାଗୁ ହେବ ନାହିଁ। କିନ୍ତୁ, ସର୍ବସାଧାରଣ ସ୍ଥାନଗୁଡ଼ିକରେ ତଥାପି ମାସ୍କ୍‌ ପିନ୍ଧିବାକୁ ପଡ଼ିବ।

ଚୀନ୍‌, ଦକ୍ଷିଣ କୋରିଆ, ଭିଏତ୍‌ନାମ୍‌, ଫ୍ରାନ୍ସ୍‌ ଏବଂ ଜର୍ମାନିରେ ‘ଓମିକ୍ରନ୍‌ ଭେରିଏଣ୍ଟ୍‌’ର ‘ସବ୍‌ ଭେରିଏଣ୍ଟ୍‌’ ‘ବିଏ.୨’ ସଂକ୍ରମଣ ତେଜୁଥିବା ବେଳେ କେନ୍ଦ୍ର ସରକାର ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ, ଏହି ରୋଗ ଦମନ କ୍ଷେତ୍ରରେ ଭାରତ ଯଥେଷ୍ଟ ଉନ୍ନତ ସ୍ଥାନରେ ରହିଛି। ଭାରତର ଟିକାକରଣ ଅଭିଯାନ ମଧ୍ୟ ସୁଦୃଢ଼ ହୋଇ ଚାଲିଛି।

କେନ୍ଦ୍ର ସ୍ବାସ୍ଥ ମନ୍ତ୍ରାଳୟ ୱେବ୍‌ସାଇଟ୍‌ ଅନୁସ‌ାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମୁଦାୟ ୧,୮୧,୮୯,୧୫,୨୩୪ ଡୋଜ୍‌ ଟିକା ଦିଆ ସରିଛି। ଏହାଛଡ଼ା, ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍’ ମଧ୍ୟ ଦୁଇ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଟିକା ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ କରାଇଛନ୍ତି। ପ୍ରଥମ ଡୋଜ୍‌ ‘କୋଭିସିଲ୍‌ଡ୍‌’ ଟିକା ନେବାର ୮ ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍‌ ନେଇ ହେବ। ଏହାଛଡ଼ା, ଏବେ ଭାରତରେ ୧୨ରୁ ଊର୍ଦ୍ଧ୍ବ ବୟସ୍କ ପିଲାମାନଙ୍କୁ ବି ଟିକା ଦିଆଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ