ରାଜ୍ୟ

ମାର୍କେଟ ବିଲ୍ଡିଂ ବନ୍ଦ ପ୍ରସଙ୍ଗ: ସମୟ ମାଗିଲେ, ଉଭୟ ପକ୍ଷର ସହଯୋଗ ଲୋଡ଼ିଲେ ବିଏମସି କମିଶନର

ଭୁବନେଶ୍ବର: ମାର୍କେଟ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ ସମୟ ମାଗିଲେ କମିଶନର। ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ। ପୂର୍ବରୁ ୨ ଥର ମାର୍କେଟ ବିଲଡିଂ କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଛି। ସେଠାରେ କିଛି ଆଇନଗତ ସମସ୍ୟା ରହିଛି। ସେଥିପାଇଁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ତେବେ ଉଭୟ ପକ୍ଷଙ୍କୁ ଅନୁରୋଧ କରି ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।

ବିଏମସି କମିଶନର କହିଛନ୍ତି, ଭେଣ୍ଡର ଆକ୍ଟ ଅନୁସାରେ ଯେହେତୁ ଉଠା ଦୋକାନୀମାନଙ୍କ ପାଖରେ ହାଇକୋର୍ଟର ଅର୍ଡର ରହିଛି, ସେଥିପାଇଁ ସେମାନଙ୍କୁ ବାହାରେ କେମିତି  ଏବଂ କେଉଁଠି ଥଇଥାନ କରାଯିବ ସେନେଇ ଆମେ ଲିଗଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ। ଏହା ଟିକେ ସମୟ ସାପେକ୍ଷ। ତେବେ ପୂର୍ବରୁ ବିଏମସି ମାର୍କେଟ ବିଲଡିଂ ଅଞ୍ଚଳକୁ ୨ଥର ଭେଣ୍ଡର ଫ୍ରି କରିଥିଲା। ଆଉ ସେହି ସମୟରେ ମାର୍କେଟ ବିଲଡିଂ ଆସୋସିଏସନ୍ କୁ ମଧ୍ୟ ବିଏମସି ଅନୁରୋଧ କରିଥିଲା ମାର୍କେଟ ବିଲଡିଂ ଆସୋସିଏସନ୍ ନିଜସ୍ୱ ସିକ୍ୟୁରିଟି ଲଗାଇ ସେହି ଅଞ୍ଚଳକୁ ଭେଣ୍ଡରମୁକ୍ତ ରଖନ୍ତୁ। ତେବେ ଆମେ ମାର୍କେଟ ବିଲଡିଂ ଆସୋସିଏସନ୍ ସହ ଆଲୋଚନା କରିବୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।