ଖେଳ ଦେଶ ବିଦେଶ ମନୋରଞ୍ଜନ

ମାରାଡୋନାଙ୍କୁ କେରଳ ସରକାରଙ୍କ ସମ୍ମାନ, ଦିବଂଗତ ଫୁଟବଲରଙ୍କ ପାଇଁ ରାଜ୍ୟରେ ୨ ଦିନିଆ ଶୋକ

ଥିରୁଅନନ୍ତପୁରମ,୨୬/୧୧: ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ କେରଳ ସରକାର ରାଜ୍ୟରେ ୨ ଦିନିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି । ରାଜ୍ୟର କ୍ରୀଡା ବିଭାଗ ପକ୍ଷରୁ ଏହି କିମ୍ବଦନ୍ତୀ ଫୁଟବଲରଙ୍କ ବିୟୋଗରେ ଶୋକ ପାଳନ କରାଯିବ । ବୁଧବାର ଆର୍ଜେଣ୍ଟିନାର ମହାନ ଫୁଟୁବଲ ଖେଳାଳି ମାରାଡୋନା ୬୦ ବର୍ଷର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ଦେହାନ୍ତ ଖବର ସାରା କ୍ରୀଡା ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।

ମହାନ ଫୁଟବଲ ଖେଳାଳି ହୃଦଘାତରେ ପ୍ରାଣ ହରାଇଛନ୍ତି । ସେ ଘରେ ଥିବା ବେଳେ ହିଁ ହୃଦଘାତ ହୋଇଥିଲା। ମସ୍ତିଷ୍କରେ କ୍ଲଟ ଯୋଗୁ ୨ ସପ୍ତାହ ପୂର୍ବେ ତାଙ୍କର ସର୍ଜରୀ ହୋଇଥିଲା। ତାଙ୍କର ହଠାତ ପରଲୋକରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ମାରାଡୋନାଙ୍କୁ ସର୍ବକଳାନ ମହାନ ଫୁଟବଲର କୁହାଯାଏ। ଆର୍ଜେଣ୍ଟିନା ୧୯୮୬ ଫୁଟବଲ ବିଶ୍ୱକପ୍ ବିଜେତା ହେବା ପଛରେ ତାଙ୍କର ଭୂମିକାକୁ ଉଲ୍ଲେଖନୀୟ କୁହାଯାଏ।

ମାରାଡୋନା ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସରେ ଜନ୍ମଗ୍ରହଣ କରିଥିଲେ । ଏପରିକି ଚାଳଛପର ଘରେ ସେ ଜନ୍ମଲାଭ କରିଥିଲେ । ୧୯୮୨ରେ ସ୍ପେନର ପ୍ରସିଦ୍ଧ କ୍ଲବ୍ ବାର୍ସିଲୋନାରେ ଆର୍ଜେଣ୍ଚିନାର ଏହି ଷ୍ଟାର୍ ଖେଳାଳିଙ୍କ ସହ ୩ ମିଲିୟନ ପାଉଣ୍ଡ ବା ୩୦ କୋଟି ଡଲାରର ଚୁକ୍ତି ସ୍ୱାକ୍ଷରିତ କରିଥିଲା । ଏହାକୁ ନେଇ ଫୁଟୁବଲ ଜଗତରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ୧୯୮୨ ଫୁଟବଲ ବିଶ୍ୱକପରେ ଦୁଇଟି ଗୋଲ୍ କରିବା ପରେ ମାରାଡୋନା ୧୯୮୦ରୁ ୧୯୯୦ ମଧ୍ୟରେ କ୍ରୀଡା ଜଗତରେ ଦବଦବା ଜାହିର କରିଥିଲେ । ୧୯୮୪ରେ ଇଟାଲୀ କ୍ଲବ୍ ନେପୋଲି ମାରାଡୋନାଙ୍କ ସହ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ ତାଙ୍କୁ ୫୦ କୋଟି ଟଙ୍କା ଦେଇଥିଲା ।

ସେ ବୋକା ଜୁନିୟର୍ସ, ନେପୋଲୀ ଓ ବାର୍ସିଲୋନା ସମେତ ଅନ୍ୟ କ୍ଲବ ଲାଗି ମଧ୍ୟ ଖେଳିଛନ୍ତି। ।୧୯୮୬ରେ ଇଂଲଣ୍ଡ ବିରୋଧରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ‘ହ୍ୟାଣ୍ଡ ଅଫ୍ ଗଡ୍’ ଲାଗି ମଧ୍ୟ ଲୋକେ ମନେ ପକାଇଥାନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ