ରାଜ୍ୟ

ମାରାଗୁଡ଼ା ସଭ୍ୟତା ଲୋପ ପାଉଛି: ବିଧାୟକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଗତ ୧୦ ବର୍ଷ ହେଲା ମାରାଗୁଡ଼ା ଲୋକମହୋତ୍ସବ ଆୟୋଜିତ ହେଉନାହିଁ। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ଥାନୀୟ ସଭ୍ୟତାକୁ ନେଇ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀ ମିଶି ଲୋକମହୋତ୍ସବ ପାଳନ କରୁଛନ୍ତି। ହେଲେ, ନୂଆପଡ଼ା ଜିଲ୍ଲାରେ ପ୍ରଶାସନର ଅବହେଳା ଯୋଗୁଁ ଏହା ଗତ ୧୦ ବର୍ଷ ‌ହେଲା ଆଉ ଆୟୋଜିତ ହେଉନାହିଁ। ଯଦ୍ବାରା ଜିଲ୍ଲାର ବହୁବର୍ଷ ପୁରୁଣା ସଭ୍ୟତା ମାରାଗୁଡ଼ାକୁ ବଞ୍ଚାଇ ରଖିବା ପାଇଁ ହେଉଥିବା ଉଦ୍ୟମରେ ରୋକ୍‌ ଲାଗିଛି। ତେଣୁ ଜିଲ୍ଲାର ଏହି ମାରାଗୁଡ଼ା ସଭ୍ୟତାକୁ ବଞ୍ଚାଇବାକୁ ହେଲେ ଜିଲ୍ଲାବାସୀ ଆଗକୁ ଆସିବା ନିହାତି ଜରୁରି ବୋଲି ନୂଆପଡ଼ା ସଦର ହମକୁମା ପୁଲିସ୍‌ ପଡ଼ିଆ ରଙ୍ଗମଞ୍ଚରେ ଆୟୋଜିତ କୋଶଲି ଧନୁଯାତ୍ରା ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି।

ଇତିହାସରୁ ଜଣାଯାଏ ଯେ, ଅଷ୍ଟମ ଓ ଦ୍ବାଦଶ ଶତାବ୍ଦୀରେ ଲାଲଚୁରୀ ଓ ଚୌହାନ ବଂଶର ରାଜାମାନଙ୍କ ଦ୍ବାରା ସହରୀ ସଭ୍ୟତା ଗଢ଼ି ଉଠିଥିଲା। ଏହି ମାରାଗୁଡ଼ା ସଭ୍ୟତାଟି ଦକ୍ଷିଣ କୋଶଲର ରାଜଧାନୀ ରହିଥିଲା। ଏଠାରେ ବହୁ ରାଜା ମହାରାଜ ରହୁଥିଲେ ବୋଲି ଗବେଷକମାନେ ମତ ଦେଇଛନ୍ତି। ୧୯୭୪ -୮୪ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମାରାଗୁଡ଼ାରେ ଖନନ କରାଯାଇଥିଲା। ଖନନ ବେଳେ ଶିବ ମନ୍ଦିର ସହ ଅନ୍ୟ ମୂଲ୍ୟବାନ ମୂର୍ତ୍ତି, ସ୍ବର୍ଣ୍ଣମୁଦ୍ରା ମଧ୍ୟ ମିଳିଥିଲା। ହେଲେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏହି ମାରାଗୁଡ଼ା ସଭ୍ୟତାକୁ ଧ୍ୟାନ ନଦେବାରୁ ମାରାଗୁଡ଼ାର ସମସ୍ତ ଚିହ୍ନ ଲୁପ୍ତ ହେବାକୁ ବସିଲାଣି ବୋଲି ଐତିହାସିକମାନେ ମତ ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।