ଅପରାଧ ରାଜ୍ୟ

ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗ: ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼ : ପାଇକମାଳ ବ୍ଲକ୍‌ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାଇକମାଳ ବିଏଲ୍‌ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମିସନ ଶକ୍ତି ଭବନରେ ଗତ ୨୧ରେ ଏସ୍ଏ‌ଚ୍‌ଜି ସଦସ୍ୟାଙ୍କୁ ପାଇକମାଳ ବିଏଲ୍‌ସି ରୋହିଣୀ ତାଲିମ ଦେଉଥିଲେ। ଏତିକି ବେଳେ ବିଡିଓ, ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଓ ବିଧାୟିକାଙ୍କ ପିଏସ୍‌ଓ ଦୁଇଥର ତାଙ୍କୁ ଫୋନ୍‌ କରିଥିଲେ। ବିଧାୟିକା ଡାକୁଛନ୍ତି ବୋଲି ଏମାନେ ତାଙ୍କୁ କହିଥିଲେ। ତେବେ ବିଏଲ୍‌ସି ଶିବିର ଛାଡ଼ି ଯାଇ ହେବନାହିଁ ବୋଲି ସେ କହିଥିଲେ। କିଛି ସମୟ ପରେ ବିଧାୟିକାଙ୍କ ପିଏସ୍ଓ‌ ତାଲିମ କେନ୍ଦ୍ରକୁ ଆସି ରୋହିଣୀଙ୍କୁ ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ ବିଧାୟିକାଙ୍କ ସହ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତଥିଲେ। ତାଙ୍କ ଆସିବାରେ ବିଳମ୍ବ ଏବଂ ଶିବିର ଚାଲୁଥିବାରୁ ସେ ଆସିବାକୁ ଅରାଜି ହେବା ଘଟଣାକୁ ନେଇ ତାଙ୍କୁ ମାରପିଟ୍‌ ଓ ଗାଳିଗୁଲଜ କରାଯାଇଥିବା ରୋହିଣୀ ଏତଲାରେ ଉଲ୍ଲେଖ କରିଥିବା ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।