ଅପରାଧ ରାଜ୍ୟ

ମାନସିକ ନିର୍ଯ୍ୟାତନା ଦେଉଥିଲେ ଋଣ ଆପ୍ ଅପରେଟର; ସହି ନ ପାରି ଜୀବନ ହାରିଲେ ନରେନ୍ଦ୍ରନ୍

ନୂଆଦିଲ୍ଲୀ ୦୪।୧୦ : ଋଣ ଆପ୍ ଅପରେଟରଙ୍କ ଦ୍ୱାରା ନିର୍ଯ୍ୟତନା ପାଇ ଜୀବନ ହାରିଲେ ଯୁବକ। ଅକ୍ଟୋବର ୪, ମଙ୍ଗଳବାର ସକାଳେ ଘରର ଛାତରୁ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଋଣ ଆପ୍ ଅପରେଟରଙ୍କ ଧମକ ପାଇବା ପରେ ସେ ଜୀବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତ ଯୁବକ ଜଣକ ହେଲେ 23 ବର୍ଷୀୟ ନରେନ୍ଦ୍ରନ୍ । ପେରୁଙ୍ଗୁଡିରେ ଥିବା ଏକ ଆଇଟି ଫାର୍ମରେ ସେ କାମ କରୁଥିଲେ। MGR ନଗର ପୋଲିସ ତଦନ୍ତ ଆରମ୍ଭ କରିଛି । ନରେନ୍ଦ୍ରନଙ୍କ ପରିବାର ଦେଇଥିବା ପ୍ରାଥମିକ ସୂଚନାରେ ଦର୍ଶାଯାଇଛି ଯେ, ସେ ଏକ ଋଣ ଆପ୍ ମାଧ୍ୟମରେ 33,000 ଟଙ୍କା ଋଣ କରିଥିଲେ। ଆଉ ଋଣ ପରିଶୋଧ କରିବା ପରେ ମଧ୍ୟ ଋଣ ଆପ୍ ଗ୍ରାହକ ସେବା ଅପରେଟରମାନେ ତାଙ୍କୁ ବାରମ୍ବାର ଡାକିଥିଲେ। ଧମକାଇ ଆହୁରି 33,000 ଟଙ୍କା ଅଧିକ ଦେବାକୁ ପଡିବ ବୋଲି ଧମକ ଦେଇଥିଲେ।

ସୂଚନାନୁସାରେ, ନରେନ୍ଦ୍ରନ ପରିବାର ସଦସ୍ୟଙ୍କଠାରୁ 50,000 ଟଙ୍କା ଆଣି ଋଣ ଫେରସ୍ତ କରିଥିଲେ। ଏହା ସତ୍ତ୍ୱେ ନରେନ୍ଦ୍ରନଙ୍କୁ ପୁଣି ଥରେ ଋଣ ଆପ୍ ଗ୍ରାହକ ସେବା ଯୋଗାଯୋଗ କରିଥିଲେ। ଆଉ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଦେଖାଇଦେବାକୁ ଧମକ ବି ଦେଇଥିଲେ। ଋଣ ଆପ୍ ଟିମ୍ ମଧ୍ୟ ନରେନ୍ଦ୍ରନଙ୍କ ବନ୍ଧୁମାନଙ୍କୁ ବାର୍ତ୍ତା ପଠାଇ ଫୋନ୍ କରି ତାଙ୍କ ବିଷୟରେ ଖରାପ କଥା କହିଥିଲେ। ଏହାସହ ସେ ଋଣ ଫେରସ୍ତ କରି ନାହାଁନ୍ତି ବୋଲି କହିଥିଲେ। ଏଭଳି ନିର୍ଯାତନା ସହି ନ ପାରି ନିଜ ଘରେ ଏକୁଟିଆ ଥିବା ନରେନ୍ଦ୍ରନ ହାରିଥିଲେ ଜୀବନ।

ତାଙ୍କ ଫୋନରେ ଥିବା ବିଭିନ୍ନ ଋଣ ଆପ୍ ବିଷୟରେ ପୋଲିସ ସବିଶେଷ ତଥ୍ୟ ହାସଲ କରିଛି ଏବଂ ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।