ରାଜ୍ୟ

ମାଥିଲିରେ ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ନିକଟରେ ଲୋକଙ୍କ ପୂଜାର୍ଚ୍ଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଉପାନ୍ତରେ ଏବେ କାୟା ମେଲାଇ ଚାଲିଛି ଅଜଣା ରୋଗ। ପ୍ରଥମେ ଝାଡ଼ା ଓ ପରେ ବାନ୍ତି, ତାପରେ ମୃତ୍ୟୁ। ଏହି ରୋଗରେ ସର୍ବାଧିକ ମୃତ୍ୟୁ ହୋଇଛି ପାହାଡ ଉପରେ ଥିବା ତୁଳସୀ ଗ୍ରାମରେ।ସପ୍ତାହକ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଗୋଟିଏ ପରିବାରର ତିନି ଜଣ ରହିଛନ୍ତି।

ସେହିପରି ଲୁଲେର ଓ ଅଟାଳଗୁଡାରେ ମଧ୍ୟ ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାପଡିଛି। ଗୋଟିଏ ପଟେ ଡାକ୍ତରୀ ଟିମ ବିଭିନ୍ନ ଗ୍ରାମରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ କରି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଛନ୍ତି। ଅନ୍ୟପଟେ ରୋଗ ପ୍ରୋକପରୁ ମୁକ୍ତି ପାଇବା ପାଇଁ ଗାଁଗୁଡିକରେ ଜୋରସୋରରେ ଚାଲିଛି ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା। ଡାକ୍ତରୀ ଟିମ ଗାଁ ଗାଁ ବୁଲି ଚିକିତ୍ସା କରୁଥିବା ବେଳେ ଏହି ରୋଗ ନିୟନ୍ତ୍ରଣାଧିନ ନହେବାରୁ ବାହାର ବିଶେଷଜ୍ଞ ଡାକ୍ତରୀ ଟିମକୁ ଡାକିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ମାଲକାନଗିରିର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ସହ ମୁକାବିଲା କରିବା ପାଇଁ ଡାକ୍ତରୀ ଟିମ ବିଭିନ୍ନ ଗ୍ରାମରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପ କରି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଛନ୍ତି। ଅନ୍ୟପଟେ ରୋଗ ପ୍ରୋକପରୁ ମୁକ୍ତି ପାଇବା ପାଇଁ ଗାଁଗୁଡିକରେ ଜୋରସୋରରେ ଚାଲିଛି ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା।

ବର୍ଷା ଆସିଲା, ଆଣିଲା ବନ୍ୟା।ପରେ କମିଲା ପାଣି।ଆଉ ବଢିଲା ସଂକ୍ରାମକ ରୋଗ।ଏବେ ତୁଳସୀ ଗାଁର ରାସ୍ତାର ଗୋଟିଏ ପଟେ ଚାଲିଛି ଗ୍ରାମଦେବୀଙ୍କ ପାଖରେ ପୂଜାର୍ଚ୍ଚନା।ଆଉ ରାସ୍ତାର ଆରପଟେ ଡାକ୍ତରୀ ଟିମ କରୁଛନ୍ତି ରୋଗୀଙ୍କ ଚିକିତ୍ସା।ସମସ୍ତଙ୍କର ଉଦେଶ୍ୟ ଗାଁରେ ବ୍ୟାପିଥିବା ସଂକ୍ରମଣକୁ କିଭଳି ଲଗାଇବେ ରୋକ।କାରଣ ଏହି ଗାଁରେ ସପ୍ତାହକ ମଧ୍ୟରେ ଚାଲିଯାଇଛି ୬ଟି ଜୀବନ।ସେଥିମଧ୍ୟରୁ ଗୋଟିଏ ପରିବାର ତିନିଦିନିରେ ତିନି ଜଣକୁ ହରାଇଛି।ଏ ଗ୍ରାମର ଗାଦ୍ରି ଦୁରୁଆଙ୍କ ତିନି ଦିନରେ ତାଂକର ସ୍ବାମୀ ଓ ଦୁଇ ପୁଅ,ଝିଅଙ୍କର ମୃତ୍ୟୁ ହୋଇଛି।ପ୍ରଥମେ ଝାଡା ପରେ ବାନ୍ତି ଓ ତାପରେ ମୃତ୍ୟୁ।ସେହିପରି ଲୁଲେର ଗ୍ରାମରେ ଚାଲିଛି କନ୍ଦାକଟା।କାରଣ ଗ୍ରାମର ୩୬ ବର୍ଷିଆ ସୂବର୍ଣ୍ଣ ନାୟକଙ୍କର ଝାଡା ଓ ବାନ୍ତି ପରେ ହୋଇଛି ମୃତ୍ୟୁ।ଅନ୍ୟପଟେ ଡାକ୍ତରୀ ଟିମ ଅଙ୍ଗନବାଡି ଠାରେ ଅସ୍ଥାୟୀ ଶିବିର କରି ତଳେ ସୁଆଇ ଲୋକଙ୍କୁ ଦେଉଛନ୍ତି ସାଲାଇନ ଓ ଔଷଧ।
ତୁଳସୀ ଘାଟି ଅଂଚଳରେ ରୋଗ ନିୟନ୍ତ୍ରଣ ପାଇଁ ତିନି ଦିନ ହେବ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ୫ ଜଣିଆ ଡାକ୍ତରୀ ଟିମ ରହି ଘର ଘର ବୁଲି ଅସ୍ଥାୟୀ କ୍ୟାମ୍ପ କରି ଚିକିତ୍ସା ଯୋଗାଇ ଆସୁଥିବା ବେଳେ ଲୋକେ ଦୁଷିତ ପାଣି ଓ ଜଂଗଲ ଜାତ ଖାଦ୍ୟ ଖାଇବା ଦ୍ବାରା ଏଭଳି ସଂକ୍ରାମକ ରୋଗ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।ଘାଟି ତଳେ ମଧ୍ୟ ଡାକ୍ତରୀ ଟିମ ଗାଁ ଗାଁ ବୁଲି଼ ଲୋକଙ୍କୁ ଚିକିତ୍ସା ଯୋଗାଇ ଆସୁଥିବା ବେଳେ ଗୁରୁତରମାନଙ୍କୁ ଆମ୍ବୁଲେନସ ଡାକି ମାଥିଲି ଚିକିତ୍ସାଳୟକୁ ପଠାଉଛନ୍ତି।ସ୍ଥିତି ଧିରେ ଧିରେ ସାମାନ୍ୟ ହେବପାକୁ ଲାଗିଲାଣି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।