ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମାତ୍ର ୧୦ ଟଙ୍କାରେ ପେଟପୁରା ଖାଇବାକୁ ଦେଉଛନ୍ତି ଯୁବକ । ଆନନ୍ଦ ମହିନ୍ଦ୍ରା ଖୁସି ହୋଇ ମାଗିଲେ ଠିକଣା ଏବଂ କହିଲେ…

ବ୍ୟୁରୋ: ଦେଶର ଜଣାଶୁଣା ଉଦ୍ୟୋଗପତି ତଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ । ତାଙ୍କର ଅନେକ ଟ୍ୱିଟ୍ ଅନେକ ସମୟରେ ଭାଇରାଲ ହେଉଥିବା ଦେଖାଯାଏ । ଏବେ ତାଙ୍କର ଆଉ ଏକ ନୂଆ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି । ଏଥର ଜଣେ ଯୁବକଙ୍କୁ ନେଇ ତାଙ୍କର ଟ୍ୱିଟ୍ , ଯିଏ ମାତ୍ର ୧୦ ଟଙ୍କାରେ ଗରୀବ ଲୋକଙ୍କୁ ପେଟ ପୁରା ଖାଇବାକୁ ଦେଉଛନ୍ତି । ଜାଣନ୍ତୁ କ’ଣ ଅଛି ଏହି ଟ୍ୱିଟରେ ।
ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ୧ ମିନିଟ୍ ୪୬ ସେକେଣ୍ଡର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏହି ଭିଡିଓ ଇନ୍ଦୋରର ୨୬ ବର୍ଷିୟ ଯୁବକ ଶିବମ୍ ସୋନୀଙ୍କର, ଯିଏ ‘ହଙ୍ଗର ଲଙ୍ଗର’ ନାଁରେ ଷ୍ଟଲ ଖୋଲି ମାତ୍ର ୧୦ ଟଙ୍କାରେ ଲୋକଙ୍କୁ ପେଟ ଭରି ଖାଇବାକୁ ଦେଉଛନ୍ତି ।

ଶିିବମଙ୍କ ଖାଇବା ଷ୍ଟଲରେ ମିଳୁଛି ମସଲା ଦୋସା, ଇଡଲି ସମ୍ବର, ମଟର ପଲଉ, ଢୋକଲା ଓ ଉତ୍ତପମ୍ ସହ ଅନ୍ୟ ସ୍ୱାଦିଷ୍ଟ ଖାଦ୍ୟ । ତେବେ ସବୁଠାରୁ ଖାସ୍ କଥା ହେଉଛି ଆପଣ ଯାହା ବି ଖାଆନ୍ତୁ ଦେବାକୁ ପଡିବ ମାତ୍ର ୧୦ ଟଙ୍କା, ଯାହା ଆପଣ କୌଣସି ରେଷ୍ଟୁରାଣ୍ଟରେ ଖାଇଲେ ପାଖାପାଖି ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଶିବମ୍ ଅତି ଗରିବ ପରିବାରର । ଅର୍ଥାଭାବ ଯୋଗୁଁ ତାଙ୍କୁ କଲେଜ ପଢା ଅଧାରୁ ହିଁ ଛାଡିବାକୁ ପଡିଛି । ଘରେ କୌଣସି ଅପ୍ରୀତିକର ପରିସ୍ଥିତି ଯୋଗୁଁ ଘରୁ ପଳାଇଆସିଥିଲେ ଇନ୍ଦୋର ସହରର । ଦିନେ ନିଜେ ଏଠାରେ ଥିବା ଲଙ୍ଗରରେ ପେଟ ପାଇଁ ଦାନା ଯୋଗାଡ କରିବା ସହ ଷ୍ଟେସନରେ ଶୋଉଥିଲେ । ହେଲେ ଜୀବନର ପ୍ରତିକୂଳ ପରିସ୍ଥିତି ତାଙ୍କୁ ବୁଝାଇସାରିଥିଲା ଯେ, ପେଟର ଭୋକ ମଣିଷ ପାଇଁ ସବୁଠୁ ବଡ ଯନ୍ତ୍ରଣା ବୋଲି । ସେଇଠାରୁ ହିଁ ସେ ସଙ୍କଳ୍ପ କଲେ ଗରୀବଙ୍କୁ ଖାଦ୍ୟ ଯୋଗାଇବେ । ପ୍ରଥମେ ଏକ ଘରୋଇ କମ୍ପାନୀରେ ନିଜେ ଜଣେ ଶ୍ରମିକ ଭାବେ କାମ କରି ଯାହା ରୋଜଗାର କଲେ ସେଥିରେ ଛୋଟ ଷ୍ଟଲଟିଏ ଆରମ୍ଭ କଲେ । ଗରୀବ ଲୋକଙ୍କ ଖାଇବାକୁ ଦେବା ଅଭିଯାନ ଆରମ୍ଭ କଲେ । ତାଙ୍କର ଏପରି ପ୍ରଚେଷ୍ଟା ଦେଖି କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିଥିଲେ । ଫଳରେ ସେ ନିଜ ଷ୍ଟଲକୁ ବଡ କରିଥିଲେ ଏବଂ ଅଧିକରୁ ଅଧିକ ଲୋକଙ୍କୁ ପେଟପୁରା ଖାଇବାକୁ ଦେଲେ ତାହା ପୁଣି ମାତ୍ର ୧୦ ଟଙ୍କାରେ ।

ଗଣମାଧ୍ୟମରେ ଶିବମଙ୍କ ଖବର ପ୍ରସାର ପରେ ଏହାକୁ ଦେଖି ଖୁସି ହୋଇଯାଇଥିଲେ ଆନନ୍ଦ ମହିନ୍ଦ୍ରା । ଏପରି ଏକ ଉପକାରୀ କାର୍ଯ୍ୟ ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଶିବମଙ୍କୁ ଠିକଣା ମାଗିଥିଲେ ଏବଂ କହିଥିଲେ ଯେ, ‘ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିଲେ ସେ ନିଜ ଭିତରେ ପୂର୍ଣ୍ଣତା ଆଡକୁ ଗତି କରୁଛନ୍ତି ବୋଲି ଭାବିବେ’ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ