ରାଜ୍ୟ

ମାତିଲେ ହାତୀ; ଭାଙ୍ଗିଲେ ଘର ଉଜାଡ଼ିଲେ ଧାନ ଫସଲ, ଭୟଭୀତ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ୨୪ଟି ହାତୀ ଏକ ଦଳରେ ଆସି ଉତ୍‌ପାତ ଜାରି ରଖିଛନ୍ତି। ଘର ଭାଙ୍ଗିବା ସହ ଏକର ଏକର ଧାନ ପସଲ ନଷ୍ଟ କରିଛନ୍ତି। ହାତୀପଲଙ୍କ ଉପଦ୍ରବରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ୨୪ ହାତୀଙ୍କ ଦଳ ମଲ୍ଲିପଶି ବିଟ୍ ଅଞ୍ଚଳରେ ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଥିଲେ। ଏହାପରେ ଗାଁ ମୁହାଁ ହୋଇ ଲୋକଙ୍କ ଘର ଭାଙ୍ଗିଥିଲେ। କାଶିଆ ଗାଁ ମୁଣ୍ଡା ସାହିରେ ଗୋଟିଏ ଏବଂ ରତନପୁର ଗାଁରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି ହାତୀ।

ସୂଚନା ଅନୁସାରେ ଏବେ ହାତୀପଲ ନୂଆପଡ଼ା ଗାଁ ନିକଟରେ ଡେରା ପକାଇଛନ୍ତି। ଗାଁ ନିକଟରେ ହାତୀପଲ ବୁଲୁଥିବା ଦେଖଇ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଖୁବ ଶୀଘ୍ର ଏ ଅଞ୍ଚଳ ରୁ ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।