ଅପରାଧ ରାଜ୍ୟ

ମାତିଲେ ଲୁଟେରା, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଭତ୍ତା ଟଙ୍କା

ଆଠଗଡ ୧୫।୭: କଟକ ଜିଲ୍ଲା ନରସିଂହପୁରରେ ପୁଣି ମାତିଲେ ଲୁଟେରା । ମୁଖ୍ୟ ବଜାର ଉପରେ ଥିବା ୟୁକୋ ବ୍ୟାଙ୍କ ସାମ୍ନାରୁ ଡିକି ଭାଙ୍ଗି ଭତ୍ତା ବଣ୍ଟନ ପାଇଁ ନିଆଯାଉଥିବା ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ ।

ସୂଚନାଯୋଗ୍ୟ ଯେ, ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଜୟମଙ୍ଗଳ ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଅଭେଦ କୁମାର ରାଉତରାୟ ଭତ୍ତା ବଣ୍ଟନ ପାଇଁ ୧ ଲକ୍ଷ ୨ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ସାମ୍ନା ଦୋକାନକୁ ଯାଇଥିଲେ । ସେହି ସମୟରେ ୨ ଜଣ ଦୁର୍ବୃତ୍ତ ଜଣେ ବାଇକ୍ ଷ୍ଟାର୍ଟରେ ଥିବାବେଳେ ଆଉ ଜଣେ ଦୁର୍ବୃତ୍ତ ବାଇକ୍ ଡିକି ଭାଙ୍ଗି ୧ ଲକ୍ଷ ୨ ହଜାର ଟଙ୍କା ଲୁଟି ନେଇ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ପଞ୍ଚମୁଖୀ ଛକ ଆଡ଼କୁ ଦ୍ରୁତ ଗତିରେ ପଳାଉଥିଲେ । ଏହାର ଭିଡିଓ ୟୁକୋ ବ୍ୟାଙ୍କ କ୍ୟାମେରାରେ କଏଦ ହୋଇଛି। ଏ ନେଇ ଅଭେଦ ରାଉତରାୟ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ୧୪୦/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନରସିଂହପୁର ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।