ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଣ୍ଡୋସ୍‌ର ପ୍ରଭାବ, ଆଜିଠୁ କମିବ ଶୀତ

ଭୁବନେଶ୍ବର : ଭୀଷଣ ବାତ୍ୟା ମାଣ୍ଡୋସ୍‌ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ, କିନ୍ତୁ ଏହାଦ୍ବାରା ରାଜ୍ୟରେ ୩ ଦିନ ଶୀତ କମିଯିବ। ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ। ଆଜି ରାତିରୁ ଶୀତର ପ୍ରକୋପ ଧୀରେଧୀ‌‌‌ରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ରାତିରେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ୬ଡିଗ୍ରି ତାପମାତ୍ରା ସହ ଜି. ଉଦୟଗିରିର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିବା ବେଳେ ଏହାକୁ ପଛକୁ ଥିଲା ଫୁଲବାଣୀ (୬.୬ ଡିଗ୍ରି), ଦାରିଙ୍ଗବାଡ଼ି (୭.୫ ଡିଗ୍ରି), କିରେଇ (୮.୨ଡିଗ୍ରି), ଚିପିଲିମା (୯.୨ ଡିଗ୍ରି), ଝାରସୁଗୁଡ଼ା ଓ ଭବାନୀପାଟଣା (୯.୬ ଡିଗ୍ରି)। ଏହାବ୍ୟତୀତ, ୪ ସହର (ରାଣୀତାଲ, ଅନୁଗୁଳ, ସୁନ୍ଦରଗଡ଼ ଓ କୋରାପୁଟ)ର ତାପମାତ୍ରା ୧୦ ଡିଗ୍ରି ରହିଛି। ସେହିପରି କଟକରେ ୧୪.୬ ଡିଗ୍ରି ଓ ଭୁବନେଶ୍ବରରେ ୧୪.୨ ଡିଗ୍ରି ରେକର୍ଡ ହୋଇଥିଲା।

ପାଣିପାଗ କେନ୍ଦ୍ର କହିଛି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଭୀ‌ଷଣ ବାତ୍ୟା ମାଣ୍ଡୋସ ଆଜି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୧୨କିମି ବେଗରେ ଗତି କରି ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳରେ ପହଞ୍ଚିବା ସହ ଦୁର୍ବଳ ହୋଇ ବାତ୍ୟାର ରୂପ ନେଇଛି। ଶୁକ୍ରବାର ରାତି ବା ଆଜି (ଶନିବାର ସକାଳ) ସୁଦ୍ଧା ଏହା ବାତ୍ୟା ରୂପରେ ପୁଡୁଚେରି ଓ ଶ୍ରୀହରିକୋଟା ପାଖାପାଖି ହୋଇ ଉତ୍ତର ତାମିଲନାଡୁ, ପୁଡୁଚେରି ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହାର କୌଣସି ସିଧା ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ।

ଓଡ଼ିଶାର କିଛି କିଛି ଅଞ୍ଚଳରେ ଆଜି ପାଗ ମେଘୁଆ ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶୁକ୍ରବାର ଦିନ ବାତ୍ୟାର ବାହ୍ୟବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ କୋରାପୁଟ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।