ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା: ସ୍ମାର୍ଟସିଟିରେ ସାଧାରଣ ଲୋକଙ୍କୁ ଘର ଖଣ୍ଡିଏ ନିର୍ମାଣ କରିବାକୁ ଜାଗା ଖଣ୍ଡିଏ ମିଳୁନି କିନ୍ତୁ ବଡବଡ଼ିଆଙ୍କୁ ଶାଗମାଛ ଦରରେ ଟେକି ଦିଆଯାଉଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି। ନିକଟରେ ଏପରି ଅଭିଯୋଗ ଥିବା ସିଭିଲଟାଉନସିପ୍ର ମୂଲ୍ୟବାନ ଜମିର ନିଲାମକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ଏବେ ସେମିତି ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି ଉଦିତନଗରର ତପସ୍ବିନୀ ମାର୍କେଟ (ବାସନ୍ତୀକଲୋନି ଯିବା ରାସ୍ତାରୁ ଆୟକର ଅଫିସ ପର୍ଯ୍ୟନ୍ତ) ଜଙ୍ଗଲ ଜମିରେ। ଏଠାକାର ପ୍ରାୟ ୫ ଏକର ୬୦ ଡେସିମିଲ୍ ଜଙ୍ଗଲ ଜମିକୁ ମାଡ଼ି ବସିଛନ୍ତି କିଛି ପ୍ରଭାବଶାଳୀ ଲୋକ। ପ୍ରାୟ ୧୯ ଜଣ ବ୍ୟବସାୟୀ ଓ ଶିଳ୍ପପତିଙ୍କ କବ୍ଜାରେ ରହିଛି ଏହି ଜମି। ଏହି ବିବାଦୀୟ ଜମିର ସରକାରୀ ମୂଲ୍ୟ ୫୦ କୋଟିରୁ ଅଧିକ। ତେବେ ବେସରକାରୀ ଭାବେ ବର୍ତ୍ତମାନ ଏହାର ଚାରିଗୁଣ, ଅର୍ଥାତ୍ ପାଖାପାଖି ୨୦୦ କୋଟିରୁ ଅଧିକ ହେବ।
ଜମିରେ ତିଆରି ହୋଇଛି ବଡ଼ ବଡ଼ ସୋ’ ରୁମ୍ ଓ ଆବାସିକ ଘର
ସନ୍ଦେହ ଘେରରେ ପୂର୍ବତନ ତହସିଲଦାରଙ୍କ ଭୂମିକା
ସେଠାରେ ଏବେ ଛିଡା ହୋଇଛି ଏକାଧିକ ବହୁତଳ ବିଶିଷ୍ଟ ପ୍ରାସାଦ, ଯେଉଁଠି ରହିଛି ବଡ ବଡ ସୋ’ରୁମ୍ ଓ ଆବାସିକ ଘର। କିଛି ଜମି ପାଚେରି ଘେରାହୋଇ ଖାଲି ପଡ଼ିଛି। ସରକାରୀ ନିୟମ କହୁଛି, ଫରେଷ୍ଟ କଞ୍ଜରଭେଟିଭ୍ ଆକ୍ଟ ଲାଗୁ ହୋଇ ନଥିଲେ ଜଙ୍ଗଲ ଜମି ଘରବାଡ଼ି ହୋଇପାରିବ ନାହିଁ। ଏଠି କିନ୍ତୁ ଏହି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ତତ୍କାଳୀନ କରିତକର୍ମା ତହସିଲଦାରମାନେ ପର୍ଯ୍ୟାୟକ୍ରମେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଜଙ୍ଗଲ ଜମିକୁ ଘରବାଡି କରି ଲୋକଙ୍କୁ ଟେକି ଦେଇଛନ୍ତି। ଉଦିତନଗରର ଖାତା ନଂ ୭୫, ପ୍ଲଟ ନଂ. ୪୮୭ରେ ମୋଟ୍ ୫ ଏକର ୬୦ ଡେସିମିଲ୍ ଜାଗା ରହିଛି। ଯାହାର କିସମ ହେଉଛି ଜଙ୍ଗଲ। ତେବେ ୧୯୮୧ ପରେ ପରେ ଏହି ମୂଲ୍ୟବାନ ଜଙ୍ଗଲ ଜମିକୁ କିଛି ପ୍ରଭାବଶାଳୀ ଲୋକ ତହସିଲଦାରମାନଙ୍କ ସହ ଭିତିରି ସଲାସୁତୁରା କରି ନିଜ ନାଁରେ ପଟ୍ଟା କରି ନେଇଥିବା ଅଭିଯୋଗ ହେଉଛି।
ସେମାନେ ସେଠାରେ ଉଭୟ ଆବାସିକ ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନ କରି ଲକ୍ଷ ଲକ୍ଷ ଟଙ୍କାର ବେପାର କରୁଛନ୍ତି। ସବୁ ଜାଣିଥିଲେ ହେଁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଓ ବନ ବିଭାଗ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ନିକଟରେ ରାଜସ୍ବ ବିଭାଗ ରାଉରକେଲା ତହସିଲଦାର ଓ ବନଖଣ୍ଡ ଅଧିକାରୀଙ୍କୁ ଏହି ମାମଲାର ମିଳିତ ତଦନ୍ତ କରିବାଲାଗି ନିର୍ଦ୍ଦେଶ ଦେଇ ଚିଠି ଲେଖିଥିଲେ। ଆଶ୍ଚର୍ଯ୍ୟ କଥା ଆଜି ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ ଉଭୟ ବିଭାଗ ଚୁପ୍ ବସିଛନ୍ତି। ରାଜନୈତିକ ଚାପ ତଥା ଅର୍ଥ ମୋହରେ ଏମାନେ ଚୁପ୍ ବସିଥିବା ଚର୍ଚ୍ଚା ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l