ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମାଡ଼ ଖାଇଲେ ଝିଅମାନଙ୍କ ‘ୱାସ୍‌ରୁମ୍‌’ରେ କ୍ୟାମେରା ଲଗାଇଥିବା ସ୍କୁଲ୍‌ ପ୍ରିନ୍‌ସିପାଲ୍‌

ପୁଣେ: ସ୍କୁଲ୍‌ ‘ୱାସ୍‌ରୁମ୍‌’ରେ ‘ସିସିଟିଭି’ କ୍ୟାମେରା ଲଗାଯାଇଛି ବୋଲି ଝିଅମାନେ ଅଭିଭାବକଙ୍କ ଆଗରେ ଅଭିଯୋଗ କରିବାରୁ ପୁଣେସ୍ଥିତ ଉକ୍ତ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ଙ୍କୁ ଏକ ହିନ୍ଦୁ ସଙ୍ଗଠନର ସଦସ୍ୟଙ୍କ ସମେତ କେତେକ ଅଭିଭାବକ ମଙ୍ଗଳବାର ଦିନ ମାରଧର କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ପୁଣେର ତାଲେଗାଓଁ ନିକଟ ଆମ୍ବିସ୍ଥିତ ‘ଡି. ୱାଇ. ପାଟିଲ୍‌ ସ୍କୁଲ୍‌’ର ପ୍ରିନ୍‌ସିପାଲ୍‌ ଦକ୍ଷିଣ-ପନ୍ଥୀ ସଂଗଠନ ‘ବିଶ୍ବ ହିନ୍ଦୁ ପରିଷଦ୍‌’ର ସଦସ୍ୟମାନଙ୍କଠାରୁ ମାଡ଼ ଖାଇଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପ୍ରିନ୍‌ସିପାଲ୍‌ ଶିକ୍ଷାର୍ଥୀମାନଙ୍କୁ ଖ୍ରୀଷ୍ଟିଆନ୍‌ ପ୍ରାର୍ଥନା ବୋଲିବାକୁ ବାଧ୍ୟ କରୁଥିଲେ।

ଦଳେ ଉତ୍ତ୍ୟକ୍ତ ଜନତା ସ୍କୁଲ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଉକ୍ତ ହାଇସ୍କୁଲ୍‌ ପରିସରରେ ଗୋଡ଼ାଇ ଗୋଡ଼ାଇ ମାରିବା ସହିତ ସାର୍ଟ ଚିରି ପକାଉଥିବାର ଭିଡିଓ କ୍ଲିପିଙ୍ଗ୍‌ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି।

Pune: School principal beaten up over CCTV camera in toilet's common area
Image Courtesy of India Today

ଘଟଣାର ତଦନ୍ତ କରି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶିକ୍ଷାର୍ଥୀମାନଙ୍କର ଅଭିଭାବକମାନେ ଦାବି କରିଛନ୍ତି।

ତାଲେଗାଓଁ ‘ଏମ୍‌ଆଇଡିସି’ ଥାନା‌ର ବରିଷ୍ଠ ଇନ୍‌ସ୍‌ପେକ୍ଟର୍‌ ରଞ୍ଜିତ ସାୱନ୍ତ କହିଛନ୍ତି, ପ୍ରିନ୍‌ସିପାଲ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଆମ ନିକଟରେ କେହି ଅଭିଯୋଗ ଫାଇଲ୍‌ କରିନାହାନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗ୍ରୀଷ୍ମଛୁଟି ପରେ ଗତ ମାସରେ ସ୍କୁଲ୍‌ ଖୋଲିଥିଲା ଏବଂ ଜୁଲାଇ ମାସର ପ୍ରଥମ ସପ୍ତାହରେ ବାଳିକାମାନଙ୍କ ‘ୱାସ୍‌ରୁମ୍‌’ରେ ‘ସିସିଟିଭି’ କ୍ୟାମେରା ଲଗାଯାଇଥିଲା।

‘ବିଶ୍ବ ହିନ୍ଦୁ ପରିଷଦ୍‌’ ପ୍ରିନ୍‌ସିପାଲ୍‌ଙ୍କୁ ଆକ୍ରମଣ କରିଥିବା କଥା ସୁନିଶ୍ଚିତ କରି ଏହାର ଅନ୍ୟତମ ସଦସ୍ୟ ସୋମନାଥ ଦୁବେ କହିଛନ୍ତି ଯେ, ଭବିଷ୍ୟତରେ ଶିକ୍ଷାର୍ଥୀମାନଙ୍କୁ ଖ୍ରୀଷ୍ଟଧର୍ମୀ କରାଇବାକୁ ପ୍ରିନ୍‌ସିପାଲ୍‌ ‘ବ୍ଲାକ୍‌ମେଲ୍‌’ କରୁଥାଇପାରନ୍ତି।

ଶିକ୍ଷା ବିଭାଗ ଅଧିକାରୀ ସୁଦାମ ୱାଲୁଞ୍ଜ୍‌ କହିଛନ୍ତି, ସ୍କୁଲ୍‌ ପ୍ରଶାସନ ପ୍ରିନ୍‌ସିପାଲ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ