ଅପରାଧ ରାଜ୍ୟ

ମାଡ଼ିଗଲା ଅଜଣା ଗାଡ଼ି: ଚାଲିଗଲା ଗୃହରକ୍ଷୀଙ୍କ ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଓଗାଁ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ଜଣେ କାର୍ଯ୍ୟରତ ଗୃହରକ୍ଷୀଙ୍କ ପ୍ରାଣହାନି ଘଟିଛି। ମୃତ ଗୃହରକ୍ଷୀ ହେଉଛନ୍ତି ସୁରେଶ କୁମାର ରାଉତ। ତାଙ୍କର ବୟସ ୪୭ ବର୍ଷ। ତାଙ୍କର ଘର ତରିମୂଳ ଗାଁରେ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ ସୁରେଶ ଘଷିପୁରା ଥାନାରେ କାମ କରନ୍ତି। ଗତକାଲି ବିଳମ୍ବିତ ରାତିରେ ସୁରେଶ ଦେଓଗାଁ ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ସେ କୁଶଳେଶ୍ବର ମନ୍ଦିର ସମ୍ମୁଖରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। କୁହାଯାଉଛି, ସେ ଏକ ମାଲ ବୋଝେଇ ଗାଡ଼ିକୁ ଅଟକାଇବାକୁ ଯାଇଥିବା ବେଳେ ସେହି ଗାଡ଼ିଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଏହାପରେ ଗାଡ଼ିଟି ଫେରାର ମାରିଥିଲା।

ପୁଲିସ ଖବର ପାଇ ଉକ୍ତ ଗାଡ଼ିର ପିଛିା କରିଥିଲେ ବି ତାକୁ ଧରିବାରେ ସଫଳ ହୋଇନଥିଲେ। ତେବେ ସୁରେଶଙ୍କ ସହ ଅନ୍ୟ ଜଣେ କର୍ମଚାରୀ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ହେଲେ ତାଙ୍କର କିଛି କ୍ଷତି ହୋଇ ନଥିବାର ସୂଚନା ମିଳିଛି। ଘଷିପୁରା ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।