ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଡ଼ିଆସୁଛି ଭୟଙ୍କର ଜଳ ସଂକଟ: କୋରାପୁଟରେ ଖାଲି ହେଉଛି ଭୂତଳ ଜଳଭଣ୍ଡାର

କୋରାପୁଟ: ବଢ଼ି ଚାଲିଥିବା କଂକ୍ରିଟ୍‌ ପରିମାଣ ଓ ଜଳବାୟୁରେ ପରିବର୍ତ୍ତନ ଯୋଗୁ ଭୟଙ୍କର ଜଳ ସଂକଟର ସମ୍ମୁଖୀନ ହେବାକୁ ଯାଉଛି କୋରାପୁଟ ଜିଲ୍ଲା। ପ୍ରାକୃତିକ ଜଳ ଉତ୍ସଗୁଡ଼ିକ ଶୁଷ୍କ ହେଉଥିଲା ବେଳେ ଭୂତଳ ଜଳଭଣ୍ଡାର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଯାହାର ପ୍ରଭାବ ମଧ୍ୟ କିଛି ଅଞ୍ଚଳରେ ଦେଖିବାକୁ ମିଳିଲାଣି। ଆଗକୁ ସ୍ଥିତି ଆହୁରି ବିକଟ ଏବଂ ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି। ସରକାରୀ ତଥ୍ୟ ଅନୁସାରେ, କୋରାପୁଟ ଜିଲ୍ଲାର ୮୦ପ୍ରତିଶତ ଅଞ୍ଚଳରେ ଭୂତଳ ଜଳସ୍ତର ଚିନ୍ତାଜନକ ସ୍ଥିତିରେ ରହିଛି। ୨୦ପ୍ରତିଶତ ଅଞ୍ଚଳରେ ଆଦୌ ପାଣି ନାହିଁ। ସେହିପରି ବଳକା ଅଞ୍ଚଳରେ କାଁଭାଁ ପାଣି ରହିଛି, ଯାହା ଅତି ତଳକୁ ଚାଲିଯାଇଛି। ସବୁଠାରୁ ଉଦ୍‌ବେଗଜନକ ସ୍ଥିତି‌ ବୈପାରିଗୁଡ଼ା, ନାରାୟଣପାଟଣା, ଲକ୍ଷ୍ମୀପୁର, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକରେ ରହିଛି। ଏହି ବ୍ଲକଗୁଡ଼ିକର ୯୦ପ୍ରତିଶତ ଅଞ୍ଚଳକୁ ରେଡ୍‌ ଜୋନ୍‌ ଭାବେ ଚିହ୍ନଟ କରାଯାଇଛି। ସେହିପରି ନନ୍ଦପୁର, ପଟାଙ୍ଗୀ, ଲମତାପୁଟ ଓ ସେମିଳିଗୁଡ଼ା ବ୍ଲକରେ ମଧ୍ୟ ସ୍ଥିତି ଆଦୌ ଭଲ ନୁହେଁ। ଜୟପୁର ଓ ବୋରିଗୁମ୍ମା ବ୍ଲକର ସ୍ଥିତି ଭଲ ରହିଛି। ନିୟମିତ ଭାବେ ଭୂତଳ ଜଳ ରିଚାର୍ଜ ହେଉଥିବାରୁ ବିଶେଷ ସମସ୍ୟା ନାହିଁ। ସେହିପରି କୋରାପୁଟ, କୋଟପାଡ଼ ଓ କୁନ୍ଦୁରା ବ୍ଲକ୍‌ର କିଛି ଅଞ୍ଚଳରେ ଭୂତଳ ଜଳ ପରିମାଣ ଭଲ ରହିଛି।

ରାଜ୍ୟସ୍ତରରେ ଯଦି କୋରାପୁଟ ଜିଲ୍ଲାର ସ୍ଥିତିକୁ ଆକଳନ କରାଯିବ ତେବେ ଭଲ ନଥିବା ତଥ୍ୟ ମିଳିଛି। ବର୍ତ୍ତମାନ ଜିଲ୍ଲାର ୩ଶହ ନଳକୂପ ପାଣି ବାହାରିବା ଅବସ୍ଥାରେ ନାହିଁ। ନୂଆ ନଳକୂପ ଖନନ କରି ଜଳ ଯୋଗାଣ ନିମନ୍ତେ ସରକାର ପ୍ରୟାସ କରୁଥିଲେ ସୁଦ୍ଧା ମାଟି ତଳେ ପାଣି ନଥିବାରୁ ସଫଳତା ମିଳୁନି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ୨ଶହ ଫୁଟ ଖୋଳିଲେ ମଧ୍ୟ ପାଣି ବାହାରୁନି। ସରକାରୀ ତଥ୍ୟ ଅନୁସାରେ କେବଳ ମୌସୁମୀ ବର୍ଷାରେ ଜିଲ୍ଲାରେ ୪୧ହଜାର ୮୭୫.୬୬ ମିମି ଏଚ୍‌ଏଏମ୍‌ ଭୂତଳ ଜଳ ରିଚାର୍ଜ ହେଉଛି। ବର୍ଷା ଦିନେ ଅନ୍ୟ ପ୍ରକ୍ରିୟାରେ ୪୨୨୭.୧ ଏଚ୍‌ଏଏମ୍‌ ଭୂତଳ ଜଳସ୍ତର ରିଚାର୍ଜ ହୋଇଥାଏ। ଅନ୍ୟ ଋତୁରେ ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟାରେ ୪୪୧୫.୭୪ ଓ ଅନ୍ୟ ଉତ୍ସରୁ ୬୨୧୨.୨୫ ଏଚ୍‌ଏଏମ୍‌ ଭୂତଳ ଜଳ ରିଚାର୍ଜ ହୋଇଥାଏ। ମୋଟ ୫୬ହଜାର ୪୭୦.୭୫ ଏଚ୍‌ଏଏମ୍‌ ଭୂତଳ ଜଳ ରିଚାର୍ଜ ହେଉଥିଲା ବେଳେ ସେଥିରୁ ସିଂହଭାଗ ଅର୍ଥାତ ବାର୍ଷିକ ୫୨ହଜର ୭୯.୫୪ ଏଚ୍‌ଏଏମ୍‌ ଭୂତଳ ଜଳ ବ୍ୟବହାର ହେଉଛି। ୨୦୨୫ ମସିହା ସୁଦ୍ଧା ଘରୋଇ ବ୍ୟବହାର ୪୮୨୭.୨ ଏଚ୍‌ଏଏମ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଜିଲ୍ଲାର ମୋଟ ଜଳ ଉତ୍ସରୁ ୨୩.୫୯% କେବଳ ଭୂତଳ ଜଳ ବ୍ୟବହାର ହେଉଛି।

ଏନେଇ କୋରାପୁଟ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ କହିଲେ ଯେ କୋରାପୁଟ ସହର ସହ ସୁନାବେଡ଼ା, ସେମିଳିଗୁଡ଼ା, ଦାମନଯୋଡ଼ି ଓ କୋଟପାଡ଼ରେ ଭୂତଳ ଜଳସ୍ତର ହ୍ରାସ ପାଉଛି। ଜିଲ୍ଲା ପ୍ରଶାସନର ସହଯୋଗରେ ଜଳ ଅପଚୟକୁ ରୋକିବା ଏବଂ ଜଳ ଉତ୍ସକୁ ରିଚାର୍ଜ କରିବାକୁ ଯୋଜନା ଚାଲିଥିବା ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।