ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମାଟ୍ରିକ୍ ଏସ୍‌ଏ-୧ ପରୀକ୍ଷା ପରିଚାଳନା ଅବ୍ୟବସ୍ଥା: ଡ୍ୟୁଟି ଦେଲେ; ପାଉଣା ଦେଉନାହାନ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ପରୀକ୍ଷା ହଲ୍‌ରେ ଗାର୍ଡଠାରୁ ଆରମ୍ଭ କରି କପି ରୋକିବା ସ୍କ୍ବାଡ୍ ପର୍ଯ୍ୟନ୍ତ ସବୁ ଦାୟିତ୍ବ ନିର୍ବାହ କଲେ। ପରୀକ୍ଷାର୍ଥୀ ଆସିବା ପୂର୍ବରୁ ପହଞ୍ଚି ଉତ୍ତରଖାତା ଯିବାପରେ ପରୀକ୍ଷା କେନ୍ଦ୍ର ଛାଡ଼ିଲେ। ପ୍ରଶ୍ନପତ୍ର ପହଞ୍ଚିବାଠୁ ଆରମ୍ଭ କରି ଉତ୍ତରଖାତା ପ୍ୟାକେଟ୍ ପର୍ଯ୍ୟନ୍ତ ସବୁ ଦାୟିତ୍ବ ଏମାନଙ୍କର ରହିଲା। କିନ୍ତୁ, ମାଟ୍ରିକ୍ ପରୀକ୍ଷା(ଏସ୍‌ଏ-୧) ସରିବା ସହିତ ଖାତା ମୂଲ୍ୟାୟନ ସରିଥିଲେ ବି ପରୀକ୍ଷା କେନ୍ଦ୍ରରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ପର୍ଯ୍ୟବେକ୍ଷକ (‌ଅବ୍‌ଜରଭର୍‌)ଙ୍କ ପାଉଣା ଦେବାକୁ ଭୁଲିଗଲେ କର୍ତ୍ତୃପକ୍ଷ। ପରୀକ୍ଷା ପରିଚାଳନାରେ ନିୟୋଜିତ ବରିଷ୍ଠ ଶିକ୍ଷକ ବା ଆର୍‌ଆଇମାନେ ଏଭଳି ସ୍ଥିତିରେ ଏବେ ନିରୁପାୟ। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗୁହାରି କରିବେ ନା ବୋର୍ଡ କର୍ତ୍ତୃପକ୍ଷଙ୍କୁ? ପର୍ଯ୍ୟବେକ୍ଷକମାନେ ଏଭଳି ଦ୍ବନ୍ଦ୍ବରେ ରହିଥିବା ଦେଖିବାକୁ ମିଳିଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ (ଓପନ୍ ସ୍କୁଲ)ର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍ଏ-୧) ପରୀକ୍ଷା ନଭେମ୍ବର ୨୩ରୁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦୨୯ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀମାନେ ପ୍ରତି ପରୀକ୍ଷା କେନ୍ଦ୍ରରେ ଓଇଏସ୍‌, ପ୍ରଧାନଶିକ୍ଷକ, ଓଏଏସ୍‌ ବା ଓଆର୍‌ଏସ୍ ପାହ୍ୟାର ଜଣେ ଜଣେ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ(ଅବ୍‌ଜର୍ଭର) ନିଯୁକ୍ତି ଦେଇଥିଲେ। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବାଠୁ ଆରମ୍ଭ କରି ଉତ୍ତରଖାତା ପ୍ୟାକିଂ ହୋଇ ନୋଡାଲ ସେଣ୍ଟର୍‌ ଯିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପର୍ଯ୍ୟବେକ୍ଷକଙ୍କର ଥିଲା। ଏଥିପାଇଁ ପର୍ଯ୍ୟବେକ୍ଷକମାନେ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ କେନ୍ଦ୍ରରେ ପହଞ୍ଚୁ ଥିଲେ। ଏବେ ଏସ୍ଏ-୧ ପରୀକ୍ଷା ଶେଷହୋଇ ଖାତା ‌ମୂଲ୍ୟାୟନ ସରିଲାଣି। ପରୀକ୍ଷା ସରିବାର ମାସେ ପୂରିଲାଣି। କିନ୍ତୁ, ଦାୟିତ୍ବ ନିର୍ବାହ କରିଥିବା ୩ ହଜାରରୁ ଅଧିକ ପର୍ଯ୍ୟବେକ୍ଷକଙ୍କୁ ପ୍ରୋତ୍ସାହନ ରାଶି ମିଳିନଥିବା ଅଭିଯୋଗ ହୋଇଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡିଇଓ ବା ନିର୍ଦ୍ଦେଶ ଦେଇଥିବା ‌ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏନେଇ ନିରବଦ୍ରଷ୍ଟା ସାଜିଥିବା ବେଳେ ପ୍ରୋତ୍ସାହନ ରାଶି କିଏ ଦେବେ, ତାହା ମଧ୍ୟ ଠିକ୍ ହୋଇ ନାହିଁ। ଏଭଳି ସ୍ଥିତିରେ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗଣଶିକ୍ଷା ବିଭାଗ ଆବଶ୍ୟକ ପଦକ୍ଷେପ ‌ନେବାକୁ ଦାବି ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି