ଅପରାଧ ରାଜ୍ୟ

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପରିସରଭୁକ୍ତ ହେବେ ଆଠଗଡ ଡିଏଫଓ

ଭୁବନେଶ୍ବର ୧୩।୬: ଆଠଗଡ ବଡମ୍ବାରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଆଠଗଡ ଡିଏଫଓ ତଦନ୍ତ ପରିସରଭୁକ୍ତ ହେବେ । ଭୁଲ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଣେ ରେଞ୍ଜର ୨ ଜଣ ଫରେଷ୍ଟର ଓ ୨ ଜଣ ଫରେଷ୍ଟ ଗାର୍ଡ ଗିରଫ ହୋଇଛନ୍ତି । ଏହି ଘଟଣାରେ ୨ଜଣ ଫରେଷ୍ଟ ଗାର୍ଡ ଏବେ ବି ଫେରାର ଅଛନ୍ତି । ଏ ନେଇ ପିସିସିଏଫ୍ ଶଶୀ ପଲ୍ ସୂଚନା ଦେଇଛନ୍ତି ।

ସେପଟେ ନରସିଂହପୁରରେ ହାତୀକୁ ୬ ରାଉଣ୍ଡ ଗୁଳି ମାରିବା ଘଟଣାରେ ଗୁଳି କରିଥିବା ଲୋକକୁ ଖୋଜିବା ପାଇଁ ଗଠନ ହେଲା ୪ ଜଣିଆ ଟିମ୍ ଆଠଗଡ଼ ଡିଏଫଓଙ୍କ ନେତୃତ୍ୱରେ ଅଭିଯୁକ୍ତକୁ ଖୋଜୁଛି ଏହି ଟିମ୍ । ହାତୀର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଧୀରେ ଧୀରେ ସୁସ୍ଥ ହେବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ମାଟି ତଳୁ ଏସଟିଏଫକୁ ହାତୀ କଙ୍କାଳ ମିଳିବା ଘଟଣାରେ ବଡ଼ମ୍ବା ରେଞ୍ଜର ସୁରେଶ କୁମାର ଷଡ଼ଙ୍ଗୀ ନିଲମ୍ବିତ ହୋଇଥିଲେ । ଓଡ଼ିଶା ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଶୁକ୍ରବାର ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । କାର୍ଯ୍ୟରେ ଅବହେଳା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା । ସେମାନଙ୍କ ମଧ୍ୟରେ ୩ ହାତୀ ଜଗୁଆଳୀ, ଜଣେ ଫରେଷ୍ଟ ଗାର୍ଡ, ଜଣେ ଜମି ମାଲିକ ତାଙ୍କ ସହଯୋଗୀ ରହିଥିଲେ । ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଥିଲା ବନ ବିଭାଗ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।