ଅପରାଧ ରାଜ୍ୟ

ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ୭ ଗିରଫ

ବଡ଼ବିଲ ୧୬।୦୫: ଛତିଶଗଡ଼କୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବଡ଼ବିଲ, ଟଣ୍ଟୋ ନିକଟରୁ ମାଙ୍ଗାନିଜ ବୋଝେଇ ଏକ ୧୪ ଚକିଆ ଟ୍ରକ୍ ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲରୁ ମଧ୍ୟରୁ ଏହି ମାଙ୍ଗାନିଜ ଖୋଳାଯାଇ ଟ୍ରକ ଯୋଗେ ଚୋରା ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଛି । ଟ୍ରକ୍‌ରେ ୨୦ ମେଟ୍ରିକ୍ ଟନ୍‌ ମାଙ୍ଗାନିଜ ବୋଝେଇ ହୋଇଛି । ଯାହାର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ଦୁଇଜଣ ଦଲାଲ, ଦୁଇଜଣ ସ୍ଥାନୀୟ ବ୍ୟକ୍ତି ଓ ମାଙ୍ଗାନିଜ କିଣିବାକୁ ଆସିଥିବା ଦୁଇଜଣ ଚୋରା ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।