ଧର୍ମ ରାଜ୍ୟ

ମାଘ ମାହାତ୍ମ୍ୟ’ରେ ରକ୍ଷକା-ତିଳୋତ୍ତମା ବୃତ୍ତାନ୍ତ

ଦୀନକୃଷ୍ଣ ଦାସ ବିରଚିତ ‘ମାଘ ମାହାତ୍ମ୍ୟ’ ମାଘସ୍ନାନର ପୁଣ୍ୟ ବ୍ୟାଖ୍ୟାନ କରୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ। କିନ୍ତୁ ମାଘସ୍ନାନର ପୁଣ୍ୟ ଫଳରେ ଜଣେ ବିଧବା ଯେ ଚିରଦିନ ପାଇଁ ଦେବଲୋକରେ ସ୍ଥାନ ପାଇଥିଲେ, ତାହା ଏହି ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି।

‘ମାଘ ମାହାତ୍ମ୍ୟ’ ଅନୁସାରେ, ସେହି ବିଧବାଙ୍କର ନାଆଁ ରକ୍ଷକା। ସତ୍ୟଯୁଗରେ, ଏକ ଧାର୍ମିକ ଦ୍ୱିଜ ପରିବାରରେ ତାଙ୍କର ଜନ୍ମ। ବିବାହ ବୟସ ହେବାରୁ ପିତାମାତା ତାଙ୍କୁ ଜଣେ ଉତ୍ତମ ବ୍ରାହ୍ମଣ ଯୁବକଙ୍କୁ ବିବାହ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ତାଙ୍କର ବିୟୋଗ ଘଟିଲା ଏବଂ ରକ୍ଷକା ବିଧବା ହୋଇଗଲେ। ପରେ ପରେ ତାଙ୍କ ପିତାମାତାଙ୍କର ବି ବିୟୋଗ ଘଟିଲା।

ଏହା ଫଳରେ ସଂସାର ପ୍ରତି ରକ୍ଷକାଙ୍କର ବୈରାଗ୍ୟ ଆସିଲା। ସେ ନିଜର ସମସ୍ତ ସଂପତ୍ତି ଦାନ କରିଦେଇ ନର୍ମଦା ନଦୀ ତଟକୁ ଚାଲିଗଲେ ଏବଂ ସେଠାରେ ଆଶ୍ରମ କରି ରହିଲେ। ମାଘ (ମକର) ମାସରେ ପ୍ରତିଦିନ ପ୍ରାତଃସ୍ନାନ କଲେ। ସେଠାରେ ଥିବା ଭୃଗୁମୁନିଙ୍କ ଆଶ୍ରମକୁ ଯାଇ ମୁନିଙ୍କର ସେବା ମଧ୍ୟ କରୁଥିଲେ।

ଦୀର୍ଘ ୬୦ ବର୍ଷ ବିତିଗଲା। ରକ୍ଷକାଙ୍କର ଶେଷକାଳ ଉପସ୍ଥିତ ହେବାରୁ ବିଷ୍ଣୁଦୂତମାନେ ଆସି ତାଙ୍କୁ ସମ୍ମାନ ସହ ବୈକୁଣ୍ଠପୁରକୁ ଘେନିଗଲେ। ବିଷ୍ଣୁ ତାଙ୍କୁ ନିଜ ପାଖରେ ରଖିଲେ। ସେ ସେଠାରେ ଚାରିସହସ୍ର ଯୁଗ ରହିଲେ।

ଇତିମଧ୍ୟରେ, ମର୍ତ୍ତ୍ୟଲୋକରେ ସିନ୍ଧୁ ଓ ଉପସିନ୍ଧୁ ନାମରେ ଅସୁର ଦୁଇଭାଇ ବହୁ ଉତ୍ପାତ କଲେ। ସେମାନଙ୍କର ଉପଦ୍ରବରେ ସ୍ୱର୍ଗପୁର ମଧ୍ୟ ଥରହର ହେଲା। ଫଳରେ ବ୍ରହ୍ମାଙ୍କ ସହ ଦେବଗଣ ଯାଇ ପ୍ରତିକାର ନିମନ୍ତେ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ବିଷ୍ଣୁ କହିଲେ, ସିନ୍ଧୁ ଉପସିନ୍ଧୁ ଶିବଙ୍କଠାରୁ ବର ପାଇଛନ୍ତି। ସେହି ବର ଅନୁସାରେ ଦୁଇଭାଇ ନିଜେ ମରାମରି ହୋଇ ନମଲେ, ତାଙ୍କୁ ଆଉ କେହି ମାରିପାରିବେ ନାହିଁ।

ତେଣୁ ଅସୁରଙ୍କ ନିଧନ ପାଇଁ ବିଷ୍ଣୁ ରକ୍ଷକାଙ୍କୁ ମର୍ତ୍ତ୍ୟକୁ ପଠାଇଲେ। ସେ ଜଣେ ଅପରୂପା ସୁନ୍ଦରୀ ରୂପେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହେଲେ। ଦୁଇଭାଇ ତାଙ୍କୁ ଦେଖି ବିବାହ କରିବାକୁ ବିବାଦ କରିବାରୁ, ସେ କହିଲେ- ଦୁହେଁ ଯୁଦ୍ଧ କର; ଯେ ଜିତିବ ମୁଁ ତାକୁ ବିବାହ କରିବି। ତହୁଁ ଦୁହେଁ ଯୁଦ୍ଧକରି ପରସ୍ପରର ଗଦାଘାତରେ ମଲେ। ସେହି ଦେବକାର୍ଯ୍ୟ କରିଥିବାରୁ ତିଳୋତ୍ତମା ଅପ୍‌ସରୀ ରୂପେ ଦେବତନୁ ଧରି ଚିରକାଳ ସ୍ୱର୍ଗଲୋକରେ ରହିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ